Monday, June 16, 2025
25.8 C
Odisha

    ଝାରସୁଗୁଡ଼ା ଓଡ଼ିଶା ମେଟାଲିକ କାରଖାନାରେ ଗ୍ୟାସ୍‌ ଲିକ୍‌ : ଜଣେ ଶ୍ରମିକ ମୃତ, ୫ ଗୁରୁତର

    ଆଗକୁ ପଢନ୍ତୁ

    ଓଡ଼ିଶା ମେଟାଲିକ କାରଖାନାରେ ଗ୍ୟାସ୍‌ ଲିକ୍‌ ହୋଇ ଜଣେ ଶ୍ରମିକ ମୃତ୍ୟୁ ବରଣ କରିଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ଏଭଳି ଘଟଣାଟି ଘଟିଛି ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ବୁଢୀପଦର ସ୍ଥିତ ଓଡିଶା ମେଟାଲିକ୍ସ ପ୍ରାଇଭେଟ ଲିମିଟେଡ଼ କାରଖାନାରେ।

    କାରଖାନାରେ କାର୍ବନ ମନୋକ୍ସସାଇଡ ଗ୍ୟାସ ଲିକ କରିବାରୁ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମୃତ ହୋଇଥିବା ଜଣାପଡିଛି । ଗୁରୁତର ମାନେ ଝାରସୁଗୁଡା ଏକ ଘରୋଇ ନର୍ସିଙ୍ଗହୋମରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ ହେଲେ ବରୁଣ ପ୍ରଧାନ (୩୮) ସେ ଜଣେ ଠିକା ଶ୍ରମିକ ଭାବେ କାମ କରୁଥିଲେ ବୋଲି ଜଣା ପଡ଼ିଛି | ମୃତ ଯୁବକ ଜଣକଙ୍କ ଘର ବ୍ରଜରାଜନଗର ଥାନା ଅନ୍ତର୍ଗତ କେଛୋବାହାଲ। ଏଭଳି ଅଘଟଣ ହେବାପରେ କାରଖାନା ପରିସରରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଶ୍ରମିକମାନେ କାରଖାନାର ମୁଖ୍ୟ ଫାଟକରେ ତାଲା ପକାଇ ମୃତକଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ରାଶି ସହିତ ମାସିକ ୨୦ ହଜାର ଟଙ୍କା ପାଇଁ ଦାବୀ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.8 ° C
    25.8 °
    25.8 °
    85 %
    0.5kmh
    100 %
    Sun
    25 °
    Mon
    29 °
    Tue
    27 °
    Wed
    25 °
    Thu
    28 °

    ସମ୍ବନ୍ଧିତ