Tuesday, May 12, 2026
38.8 C
Odisha

    ଝାରସୁଗୁଡ଼ା ଓଡ଼ିଶା ମେଟାଲିକ କାରଖାନାରେ ଗ୍ୟାସ୍‌ ଲିକ୍‌ : ଜଣେ ଶ୍ରମିକ ମୃତ, ୫ ଗୁରୁତର

    ଆଗକୁ ପଢନ୍ତୁ

    ଓଡ଼ିଶା ମେଟାଲିକ କାରଖାନାରେ ଗ୍ୟାସ୍‌ ଲିକ୍‌ ହୋଇ ଜଣେ ଶ୍ରମିକ ମୃତ୍ୟୁ ବରଣ କରିଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ଏଭଳି ଘଟଣାଟି ଘଟିଛି ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ବୁଢୀପଦର ସ୍ଥିତ ଓଡିଶା ମେଟାଲିକ୍ସ ପ୍ରାଇଭେଟ ଲିମିଟେଡ଼ କାରଖାନାରେ।

    କାରଖାନାରେ କାର୍ବନ ମନୋକ୍ସସାଇଡ ଗ୍ୟାସ ଲିକ କରିବାରୁ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମୃତ ହୋଇଥିବା ଜଣାପଡିଛି । ଗୁରୁତର ମାନେ ଝାରସୁଗୁଡା ଏକ ଘରୋଇ ନର୍ସିଙ୍ଗହୋମରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ ହେଲେ ବରୁଣ ପ୍ରଧାନ (୩୮) ସେ ଜଣେ ଠିକା ଶ୍ରମିକ ଭାବେ କାମ କରୁଥିଲେ ବୋଲି ଜଣା ପଡ଼ିଛି | ମୃତ ଯୁବକ ଜଣକଙ୍କ ଘର ବ୍ରଜରାଜନଗର ଥାନା ଅନ୍ତର୍ଗତ କେଛୋବାହାଲ। ଏଭଳି ଅଘଟଣ ହେବାପରେ କାରଖାନା ପରିସରରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଶ୍ରମିକମାନେ କାରଖାନାର ମୁଖ୍ୟ ଫାଟକରେ ତାଲା ପକାଇ ମୃତକଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ରାଶି ସହିତ ମାସିକ ୨୦ ହଜାର ଟଙ୍କା ପାଇଁ ଦାବୀ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    38.8 ° C
    38.8 °
    38.8 °
    20 %
    1.6kmh
    34 %
    Tue
    38 °
    Wed
    41 °
    Thu
    43 °
    Fri
    45 °
    Sat
    44 °

    ସମ୍ବନ୍ଧିତ