Friday, October 2, 2026
28.6 C
Odisha

    ଟ୍ରେନି ଡାକ୍ତରଙ୍କ ବଳାତ୍କାର ମାମଲା: ନାଇଟ୍‌ ଶିଫ୍ଟରେ ଥିବା ଡାକ୍ତର କଲେ ଆଶ୍ଚର୍ଯ୍ୟଜନକ ଖୁଲାସା

    ଆଗକୁ ପଢନ୍ତୁ

    କୋଲକାତାର ଆର୍‌.ଜି କର ହସ୍ପିଟାଲରେ ୩୧ ବର୍ଷିୟ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଏବଂ ହତ୍ୟା ମାମଲାକୁ ନେଇ ଦେଶରେ ଚର୍ଚ୍ଚା ରହିଛି। ୮ ଅଗଷ୍ଟ ଏହି ଘଟଣା ଦିନ ଡକ୍ତର ତାପସ ପ୍ରୋମାନିକ ହସ୍ପିଟାଲର ଏମରଜେନ୍ସି ଓ୍ବାର୍ଡରେ ଥିଲେ। ସେ ଟ୍ରେନି ଡାକ୍ତରଙ୍କ ମୃତଦେହ ମିଳିବା ପରେ ଅନୁସନ୍ଧାନ ସମ୍ପର୍କରେ ଅନେକ ଅସଙ୍ଗତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ସେହିଦିନର ଘଟଣା ସମ୍ପର୍କରେ କହିଛନ୍ତି, ୮ ଅଗଷ୍ଟ ରାତି ସମୟ ପ୍ରାୟ ୯ଟାରୁ ତା’ପର ଦିନ ସକାଳ ୯ଟା ପର୍ଯ୍ୟନ୍ତ ଡ୍ୟୁଟିରେ ଥିଲେ। ଘରକୁ ଯିବା ପରେ ସକାଳ ୧୧.୪୫ରେ ହ୍ବାଟ୍ପଆପ୍‌ ଗ୍ରୁପ୍‌ ମାଧ୍ୟମରେ ଜଣାପଡିଲା କି ରାତିରେ ଏଭଳି ଘଟଣା ହୋଇଛି। ହସ୍ପିଟାଲକୁ ଫୋନ କରି ବଝିଲା ବେଳକୁ ହସ୍ପିଟାଲର ୩ ମହଲାରେ ମୃତଦେହ ମିଳିଛି। ବାସ୍ତବରେ ସକାଳ ୯ଟା ପର୍ଯ୍ୟନ୍ତ ଏହି ଘଟଣା ସମ୍ପର୍କରେ କାହାକୁ ଖବର ନ ଥିଲା। ଏହି ମାମଲାରେ ଡେଥ୍‌ ସାର୍ଟିଫିକେଟ୍‌ ୧୨.୪୫ରେ ଜାରି ହୋଇଥିଲା। ହେଲେ କୋଲକାତା ପୋଲିସ ଷ୍ଟେଶନ ମୁତାବକ, ସକାଳ ୯.୪୫ରେ ମୃତଦେହ ମିଳିଥିଲା। କିନ୍ତୁ ଏଠାରେ ପ୍ରଶ୍ନ ହେଉଛି ଯେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆଫିଡେଭିଟ୍‌ କୁହାଯାଇଛି ଯେ ମୃତଦେହ ଅଗଷ୍ଟ ୯ ତାରିଖ ସକାଳ ପ୍ରାୟ ୧୦ଟା ସମୟରେ ମିଳିଥିଲା। ହେଲେ ଦିନ ୧୨.୪୫ରେ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ୯.୪୫ରୁ ୧୨.୪୫ ପ୍ରାୟ ୩ ଘଣ୍ଟା ମଧ୍ୟରେ କ’ଣ ହୋଇଥିଲା ବୋଲି ଡାକ୍ତର ପ୍ରଶ୍ନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.6 ° C
    28.6 °
    28.6 °
    75 %
    1.8kmh
    59 %
    Fri
    27 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ