Tuesday, September 22, 2026
25.8 C
Odisha

    ଡିଜାଇନ ପରିବର୍ତ୍ତନକୁ ନେଇ ଏଭଳି କହିଲେ ଡିଜାଇନର

    ଆଗକୁ ପଢନ୍ତୁ

    ଚେନ୍ନାଇ: ନୂଆ ଜାତୀୟ ଶିକ୍ଷା ନୀତିରେ ତ୍ରିଭାଷୀ ବ୍ୟବସ୍ଥା ମାଧ୍ୟମରେ ହିନ୍ଦୀ ଭାଷା ଲଦିବାକୁ ମସୁଧା କରାଯାଉଥିବା ଅଭିଯୋଗ କରି ତାମିଲନାଡ଼ୁର ଡିଏମ୍‌କେ ସରକାର ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ସହ ଲଢ଼େଇ କରୁଥିବା ବେଳେ ରାଜ୍ୟରେ ଟଙ୍କା ଚିହ୍ନ ବଦଳାଇବାକୁ ନିଷ୍ପତ୍ତି ନେଇଥିଲା । ସମ୍ପ୍ରତି ରାଜ୍ୟ ବଜେଟ୍‌ରେ ଟଙ୍କା ଚିହ୍ନ ବଦଳରେ ତାମିଲରେ ଏକ ଅକ୍ଷର (ଋ) ବ୍ୟବହାର କରାଯାଇଛି। ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ଏକ୍ସରେ ନୂଆ ଲୋଗୋ ପ୍ରଦର୍ଶନ କରିଥିଲେ । ତେବେ ଏହାକୁ ନେଇ ବିଜେପି ଜୋରଦାର ବିରୋଧ କରୁଥିବାବେଳେ ଏବେ ଏହାର ଡିଜାଇନରଙ୍କ ବୟାନ ସାମ୍ନାକୁ ଆସିଛି |ଏହି ସମ୍ପୂର୍ଣ୍ଣ ବିବାଦ ଉପରେ ଏବେ ₹ ଡିଜାଇନର୍ ପ୍ରଫେସର ଉଦୟ କୁମାର ଧର୍ମଲିଙ୍ଗମଙ୍କ ଏକ ବୟାନ ସାମ୍ନାକୁ ଆସିଛି। ଭାରତୀୟ ଟଙ୍କା ପ୍ରତୀକ ଡିଜାଇନ୍ କରିଥିବା ଆଇଆଇଟି ଗୌହାଟୀର ପ୍ରଫେସର ଉଦୟ କୁମାର ଧର୍ମଲିଙ୍ଗମ୍ କହିଛନ୍ତି, “ଏହି ପ୍ରତୀକ ପରିବର୍ତ୍ତନ ପଛରେ ଥିବା କାରଣଗୁଡ଼ିକ ବିଷୟରେ ମୁଁ ସମ୍ପୂର୍ଣ୍ଣ ଅବଗତ ନୁହେଁ, ହୁଏତ ରାଜ୍ୟ ସରକାରଙ୍କର ପରିବର୍ତ୍ତନ ଆଣିବା ପାଇଁ ନିଜସ୍ୱ ପଦ୍ଧତି, ଚିନ୍ତାଧାରା ଏବଂ କାରଣ ଅଛି।

    ମୁଁ ଏହାକୁ ୧୫ ବର୍ଷ ପୂର୍ବେ ଡିଜାଇନ୍ କରିଥିଲି ଯେତେବେଳେ ତତ୍କାଳୀନ କେନ୍ଦ୍ର ସରକାର ଏକ ପ୍ରତିଯୋଗିତା କରିଥିଲେ ଏବଂ ମୁଁ ଏହାକୁ ଜିତିଥିଲି, ତା’ପରେ ସେମାନେ ଏହାକୁ କାର୍ଯ୍ୟକାରୀ କରିଥିଲେ ଏବଂ ଏହା ବହୁଳ ଭାବରେ ବ୍ୟବହୃତ ହେଉଛି।” ପ୍ରଫେସର ଉଦୟ କୁମାର ଧର୍ମଲିଙ୍ଗମ୍ ଆହୁରି ମଧ୍ୟ କହିଛନ୍ତି, “ଟଙ୍କା ପ୍ରତୀକର ଡିଜାଇନର୍ ହୋଇ ମୁଁ ପ୍ରକୃତରେ ଖୁସି, କିନ୍ତୁ ମୁଁ କେବେ ଭାବି ନଥିଲି ଯେ ଏପରି ବିତର୍କ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.8 ° C
    25.8 °
    25.8 °
    90 %
    2.4kmh
    100 %
    Tue
    26 °
    Wed
    26 °
    Thu
    25 °
    Fri
    28 °
    Sat
    26 °

    ସମ୍ବନ୍ଧିତ