Wednesday, September 9, 2026
25.2 C
Odisha

    ତାଡି ଜବତ, ଦୁଇ ଗିରଫ

    ଆଗକୁ ପଢନ୍ତୁ

    ନୂଆପଡ଼ା : କୋମନା ଥାନା ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ତାଡି ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଖରିଆର ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ସଦଳବଳେ ଟିକ୍ରାପଡ଼ା ଗ୍ରାମରେ ଏକ କୁଡ଼ିଆ ଘରେ ଚଢ଼ାଉ କରି ବେଆଇନ ଭାବେ ଗଛିତ ପଚାଶ ଲିଟର ତାଡି ଜବତ କରି ଏହି କାରବାରରେ ଲିପ୍ତ ଥିବା ଅଭିଯୁକ୍ତ ଚିନାଲିଙ୍ଗା ସ୍ୱାମୀ (45)କୁ ଗିରଫ କରିଛି। ଅନ୍ୟ ଏକ ଘଟଣାରେ ସାଲେଭଟା ନିକଟସ୍ଥ ରାସ୍ତାରେ ବିକ୍ରୀ ପାଇଁ ନେଉଥିବା ତିରିଶ ଲିଟର ତାଡି ଜବତ କରିବା ସହ ଅଭିଯୁକ୍ତ ପି. ସତୀଶକୁ ଉକ୍ତ ଟିମ ଗିରଫ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଭାରପ୍ରାପ୍ତ ଅଧିକାରୀ ଅଲେଖ ପୁଟେଲଙ୍କ ସୂତ୍ରରୁ ପ୍ରକାଶ। ଏହି ଚଢ଼ାଉରେ ଏ.ଏସ. ଆଇ ଶିବ ପ୍ରସାଦ ଦୁରିଆ, କନଷ୍ଟେବଳ ପ୍ରଶାନ୍ତ ନାଏକ, ବୈଜୟନ୍ତୀ ଶବର, ମଧୁସୂଦନ ସିଂ ସାମିଲ ଥିଲେ। ଅଭିଯୁକ୍ତମାନେ ଆନ୍ଧ୍ର ପ୍ରଦେଶ ନିବାସୀ ବୋଲି ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    25.2 ° C
    25.2 °
    25.2 °
    91 %
    1kmh
    100 %
    Wed
    26 °
    Thu
    28 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ