Monday, October 5, 2026
23.5 C
Odisha

    ତିନିଥର ତଲାକ୍ ତଲାକ୍ କହିଦେଲେ ତଲାକ୍ ହୋଇଯାଏନି… କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ତିନ୍‌ ତଲାକ୍ ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ବୁଧବାର ସୁପ୍ରିମକୋର୍ଟରେ ଏ ସମ୍ପର୍କରେ ଜୋରଦାର ବିତର୍କ ହୋଇଥିଲା। ତିନ୍‌ ତଲାକ୍ ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କ ଆଇନକୁ ଚ୍ୟାଲେଞ୍ଜ କରାଯାଇଥିବା ଆବେଦନ ଉପରେ ଏହି ବିତର୍କ ହୋଇଥିଲା। ଏହି ବିତର୍କ ସମୟରେ ସୁପ୍ରିମକୋର୍ଟ ଏହି ଆଇନ ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କ ଠାରୁ ସମ୍ପୂର୍ଣ୍ଣ ବିବରଣୀ ମାଗିଛନ୍ତି। ଏହା ବ୍ୟତୀତ ତିନ୍‌ ତଲାକ୍ ସମ୍ବନ୍ଧରେ ସାରା ଦେଶରେ କେତେ ଏଫଆଇଆର ଓ ଚାର୍ଜସିଟ୍ ଦାଖଲ କରାଯାଇଛି ତାହା ମଧ୍ୟ ଦାଖଲ କରିବାକୁ କୁହାଯାଇଛି।ସୁପ୍ରିମକୋର୍ଟ ବର୍ତ୍ତମାନ ତିନ୍‌ ତଲାକ୍ ଉପରେ କେନ୍ଦ୍ର ସରକାରଙ୍କ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକର ଶୁଣାଣି କରୁଛନ୍ତି। ବିଭିନ୍ନ ମୁସଲମାନ ସଂଗଠନ ଦ୍ୱାରା ସୁପ୍ରିମକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରାଯାଇଛି। କେନ୍ଦ୍ରସରକାର ସୁପ୍ରିମକୋର୍ଟରେ ଏହି ଆଇନକୁ ନେଇ ଉତ୍ତର ଦାଖଲ କରିଛନ୍ତି। ସରକାର କହିଛନ୍ତି ଯେ ସୁପ୍ରିମକୋର୍ଟ ତିନ୍‌ ତଲାକ୍ କୁ ଅସାମ୍ବିଧାନିକ ଘୋଷଣା କରିବା ସତ୍ୱେ ଏହାକୁ ରୋକା ଯାଇପାରିନାହିଁ। ଅଦାଲତର ନିଷ୍ପତ୍ତି ପରେ ମଧ୍ୟ ଦେଶରେ ଶହ ଶହ ତିନ୍‌ ତଲାକ୍ ମାମଲା ସାମ୍ନାକୁ ଆସିଛି। ଏଭଳି ପରିସ୍ଥିତିରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ନିଶ୍ଚିତ କରିବାକୁ ଏକ ଆଇନର ଆବଶ୍ୟକତା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.5 ° C
    23.5 °
    23.5 °
    79 %
    1.5kmh
    0 %
    Mon
    23 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ