Monday, April 20, 2026
30.2 C
Odisha

    ତୁରନ୍ତ ଇରାନ ଛାଡ଼…. ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କଲେ କେନ୍ଦ୍ର ସରକାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆମେରିକା-ଇରାନ ଯୁଦ୍ଧବିରତି ମଧ୍ୟରେ କେନ୍ଦ୍ର ସରକାର ଭାରତୀୟମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି । ଯେଉଁଥିରେ ଭାରତୀୟମାନଙ୍କୁ ଯଥାଶୀଘ୍ର ଇରାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି କେନ୍ଦ୍ର ସରକାର ଭାରତୀୟମାନଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରିଛନ୍ତି । ଦୂତାବାସ ଆଡଭାଇଜରିରେ କହାଯାଇଛି କି, ଏପ୍ରିଲ ୭, ୨୦୨୬ ଘଟଣାର ସ୍ଥିତିକୁ ଦେଖି ଇରାନରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ଦୂତାବାସ ତରଫରୁ ଜାରି ହୋଇଥିବା ମାର୍ଗଦର୍ଶନ ପାଳନ କରନ୍ତୁ । ତୁରନ୍ତ ଇରାନ ଛାଡି ଚାଲିଯାଆନ୍ତୁ । ଦୂତାବାସ ସହିତ ସଂପର୍କ ନ କରି ଅର୍ନ୍ତରାଷ୍ଟ୍ରୀୟ ସୀମା ଯାଏଁ ନ ଯିବାକୁ କୁହାଯାଇଛି ।

    ଇରାନରେ ଫସି ରହିଥିବା ଲୋକମାନେ ଜରୁରୀକାଳୀନ ଯୋଗାଯୋଗ ନମ୍ବର ୯୮୯୧୨୮୧୦୯୧୧୫, ୯୮୯୧୨୮୧୦୯୧୦୯, ୯୮୯୧୨୮୧୦୯୧୦୯ ଏବଂ ୯୮୯୯୩୨୧୭୯୩୫୯ ନମ୍ବରରେ ଯୋଗାଯୋଗ କରିପାରିବେ । ଇମେଲ୍ଆଇଡି [email protected] ମାଧ୍ୟମରେ ମଧ୍ୟ ଯୋଗାଯୋଗ କରାଯାଇପାରିବ । ଗତକାଲି ରାତିରେ, ସରକାର ଇରାନରେ ଥିବା ଭାରତୀୟମାନଙ୍କୁ ୪୮ ଘଣ୍ଟା ପାଇଁ ସୁରକ୍ଷିତ ସ୍ଥାନରେ ରହିବାକୁ ନିର୍ଦ୍ଦେଶ ଦେଇ ଏକ ପରାମର୍ଶ ମଧ୍ୟ ଜାରି କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.2 ° C
    30.2 °
    30.2 °
    32 %
    1.1kmh
    1 %
    Mon
    43 °
    Tue
    43 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ