Sunday, September 27, 2026
22.3 C
Odisha

    ଦିଲ୍ଲୀରେ ନିର୍ବାଚନ ପ୍ରଚାର କରିବ ଆପ୍‌, ମଙ୍ଗ ଧରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ସୁନୀତା କେଜ୍ରିୱାଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମେ’ ୨୫ ତାରିଖ ଦିନ ଦିଲ୍ଲୀରେ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏହି ଦିନ ରାଜଧାନୀର ସମସ୍ତ ୭ଟି ଆସନରେ ମତଦାନ ଅନୁଷ୍ଠିତ ହେବ। ତିହାର ଜେଲରେ ରହୁଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଏପ୍ରିଲ ୨୭ ଶନିବାର ଠାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ମଦ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି। ସୁନୀତା କେଜ୍ରିୱାଲ ଶନିବାର ଦିନ ପୂର୍ବ ଦିଲ୍ଲୀ ଲୋକସଭା ନିର୍ବାଚନମଣ୍ଡଳୀରେ ଏକ ରୋଡ୍ ସୋ ସହିତ ନିଜର ଅଭିଯାନ ଆରମ୍ଭ କରିବେ। ଏପ୍ରିଲ ୨୮ ରବିବାର ଦିନ ସୁନୀତା କେଜ୍ରିୱାଲ ପଶ୍ଚିମ ଦିଲ୍ଲୀରେ ଏକ ରୋଡ୍ ସୋ କରିବେ। ଦିଲ୍ଲୀ ବ୍ୟତୀତ ସୁନୀତା ପଞ୍ଜାବ, ହରିୟାଣା ଏବଂ ଗୁଜୁରାଟରେ ମଧ୍ୟ ପ୍ରଚାର କରିବେ। ସୁନୀତା କେଜ୍ରିୱାଲଙ୍କ ନିର୍ବାଚନ ପ୍ରଚାର ସମ୍ପର୍କରେ ଆମ୍ ଆଦମୀ ପାର୍ଟିର ନେତା ତଥା ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଆତିଶୀ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.3 ° C
    22.3 °
    22.3 °
    94 %
    1.1kmh
    12 %
    Sun
    29 °
    Mon
    30 °
    Tue
    30 °
    Wed
    29 °
    Thu
    30 °

    ସମ୍ବନ୍ଧିତ