Friday, September 11, 2026
23.6 C
Odisha

    ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ହେଲେ ଆତିଶୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି(ଆପ୍‌) ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ମନୋନୀତ କରିଛି। ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଵାଲ ଆତିଶୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ଗୃହରେ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଥିବାରୁ ମୁଁ ଆତିଶୀଜୀଙ୍କୁ ଅଭିନନ୍ଦନ ଜଣାଉଛି। ସୂଚନାଯୋଗ୍ୟ, ପୂର୍ବତନ ବିଜେପି ସାଂସଦ ରମେଶ ବିଧୁଡ଼ି ଏବଂ କଂଗ୍ରେସ ନେତ୍ରୀ ଅଳକା ଲାମ୍ବାଙ୍କ ବିରୋଧରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଆତିଶୀ କାଲକାଜୀ ବିଧାନସଭା ଆସନ ହାସଲ କରିଛନ୍ତି। ଗତ ବର୍ଷ ସେପ୍ଟେମ୍ବର ମାସରେ କେଜ୍ରିୱାଲଙ୍କ ବାସଭବନରେ ଆପ୍ ବିଧାୟକଙ୍କ ବୈଠକରେ ତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରାଯାଇଥିଲା। ୪୩ ବର୍ଷ ବୟସରେ ଆତିଶୀ ଦିଲ୍ଲୀର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିଥିଲେ। ତେବେ ରାଜଧାନୀରେ ଆପ୍ ନିଜର ବିଜୟ ଧାରା ବଜାୟ ରଖିବାରେ ବିଫଳ ହୋଇଥିଲା। ୨୭ ବର୍ଷ ପରେ କ୍ଷମତାକୁ ଫେରିଥିବା ବିଜେପି ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିବା ବେଳେ ସହ ଅନ୍ୟ ୬ ଜଣଙ୍କୁ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। ଦିଲ୍ଲୀ ବିଧାନସଭା ଇତିହାସରେ ପ୍ରଥମ ଥର ପାଇଁ ଶାସକ ଦଳ ଓ ବିରୋଧୀ ଦଳର ଶୀର୍ଷ ପଦବୀରେ ଦୁଇ ଜଣ ମହିଳା ଅବସ୍ଥାପିତ ‌ହୋଇଛନ୍ତି। ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ପଦ ହାସଲ କରିବାରେ ଆତିଶୀ ହେଉଛନ୍ତି ପ୍ରଥମ ମହିଳା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.6 ° C
    23.6 °
    23.6 °
    98 %
    0.9kmh
    100 %
    Thu
    24 °
    Fri
    26 °
    Sat
    27 °
    Sun
    28 °
    Mon
    31 °

    ସମ୍ବନ୍ଧିତ