Friday, May 1, 2026
37.5 C
Odisha

    ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍

    ଆଗକୁ ପଢନ୍ତୁ

    ଶ୍ରୀକାକୁଲମ : ପୁଣି ରେଳ ଦୁର୍ଘଟଣା। ଦୁଇ ଭାଗ ହୋଇଗଲା ଫଲକନୁମା ଏକ୍ସପ୍ରେସ୍। ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ପଲାସା ନିକଟରେ ଆଜି ଘଟିଛି ଏକ ରେଳ ଦୁର୍ଘଟଣା। ବିଶାଖାପାଟଣା ଦେଇ ସାଲିମାର ଯାଉଥିବା ଫଲକନୁମା ଏକ୍ସପ୍ରେସର ଦୁଇଟି ଏସି ବଗି ଟ୍ରେନରୁ ଅଲଗା ହୋଇଯାଇଛି। ଫଳରେ ଶତାଧିକ ଯାତ୍ରୀ ଫସି ରହିବା ସହ ଆତଙ୍କିତ ହୋଇପଡ଼ିଥିଲେ। ଦୁର୍ଘଟଣାରେ ମୃତାହତ ନେଇ କୌଣସି ସୂଚନା ନାହିଁ। ଯାତ୍ରୀମାନଙ୍କ କହିବା ଅନୁଯାୟୀ, ସୁମ୍ମାଦେବୀ-ମଣ୍ଡାସା ଗାଁ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଫଳରେ ଯାତ୍ରୀମାନେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଟେକ୍ନିସିଆନ୍‌ମାନଙ୍କ ସହ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁଇ ବଗିକୁ ଟ୍ରେନ୍‌ ସହ ଯୋଡ଼ିଥିଲେ। ଏହାପରେ ଟ୍ରେନ୍‌ଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଥିବା ଜଣାପଡ଼ଛି। ଅପରପକ୍ଷେ ଏହି କାରଣରୁ ଏକାଧିକ ଟ୍ରେନ୍‌ ବିଳମ୍ବରେ ଚାଲୁଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37.5 ° C
    37.5 °
    37.5 °
    21 %
    0.3kmh
    60 %
    Fri
    37 °
    Sat
    42 °
    Sun
    41 °
    Mon
    39 °
    Tue
    36 °

    ସମ୍ବନ୍ଧିତ