Tuesday, May 26, 2026
43.1 C
Odisha

    ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ମାର୍ଚ୍ଚରେ ଟାଇଁ ଟାଇଁ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି। ବିଶେଷକରି ପଶ୍ଚିମ ଓଡ଼ିଶା ଉତ୍ତପ୍ତ ପିଣ୍ଡ ପାଲଟିଲାଣି। ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର, ବୌଦ୍ଧରେ ପାରଦ ୪୦ ଡିଗ୍ରୀ ଛୁଇଁଲାଣି। ଆଗକୁ ଚୈତ୍ର, ବୈଶାଖ ଓ ଜ୍ୟେଷ୍ଠ ମାସ ରହିଛି। ଖରାର ଦାଉ ଆହୁରି ବଢ଼ିବ। ୪୨ ଡିଗ୍ରୀ ଟପିଛି ପାରଦ। ଗତ ୨୪ ଘଣ୍ଟାରେ ସାରା ଦେଶରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ। ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ ହୋଇଛି। ଶନିବାର ସମ୍ବଲପୁରରେ ୪୨.୨, ଝାରସୁଗୁଡା ୪୧.୮ ଡିଗ୍ରୀ ରହିଥିଲା। ଆଜି ସିଭିୟର ହିଟଓ୍ବେଭ୍ ପାଇଁ ୩ ଜିଲ୍ଲାକୁ ରେଡ୍, ୪ ଜିଲ୍ଲାକୁ ଅରେଞ୍ଜ ଏବଂ ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୧୮ ତାରିଖ ଯାଏଁ ଏଭଳି ସ୍ଥିତିରୁ ନିସ୍ତାର ନାହିଁ। ଏହାପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ନେଇ ସୂଚନା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    43.1 ° C
    43.1 °
    43.1 °
    15 %
    4.5kmh
    11 %
    Tue
    44 °
    Wed
    45 °
    Thu
    46 °
    Fri
    44 °
    Sat
    43 °

    ସମ୍ବନ୍ଧିତ