Monday, September 28, 2026
23.1 C
Odisha

    ଧକ୍କା ଦେଲା ବସ୍: ୩ ବାଇକ୍ ଆରୋହୀ ମୃତ

    ଆଗକୁ ପଢନ୍ତୁ

    ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜୀବନ ହରାଇଲେ ତିନି ବାଇକ୍ ଆରୋହୀ। ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ଖାଇରାମୁଣ୍ଡା ଗ୍ରାମ ନିକଟ ଜାତୀୟ ରାଜପଥ-୫୩ ରେ ଏକ ବସ୍ ସେମାନଙ୍କ ଉପରେ ମାଡିଯିବାରୁ ତିନିଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ସାଗର ପ୍ରଧାନ (୨୪), ସୁମନ୍ତ ପରିଡ଼ା(୫୫) ଏବଂ ନାଉପାଲକାଟେନି ଗାଁର ସୌମ୍ୟ ରଂଜନ ସାହୁ (୧୯) ବୋଲି ଜଣାପଡିଛି।

    ଖବର ଅନୁଯାୟୀ, ଘର ନିର୍ମାଣ କାର୍ଯ୍ୟ ପାଇଁ ଏକ ମୋଟରସାଇକେଲରେ ତିନିଜଣ ଖାଇରାମୁଣ୍ଡା ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ବସ୍ ମୋଟରସାଇକେଲକୁ ଧକ୍କା ଦେବାରୁ ତିନିଜଣ ତଳେ ପଡିଯାଇଥିଲେ ଏହାପରେ ବସ୍ ସେମାନଙ୍କ ଉପରେ ମାଡି ଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.1 ° C
    23.1 °
    23.1 °
    89 %
    1.5kmh
    2 %
    Sun
    23 °
    Mon
    29 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ