Saturday, March 14, 2026
38.2 C
Odisha

    ଧମକ ଦେଲେ ପୁଟିନ , ଜଳିବ ସାରା ୟୁରୋପ

    ଆଗକୁ ପଢନ୍ତୁ

    ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧକୁ ନେଇ ସଂପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଆମେରିକା ଏବଂ ଜର୍ମୀନା ସହାୟତାରେ ୟୁକ୍ରେନ ରୁଷିଆରେ ଆକ୍ରମଣ କରୁଥିବାରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଧମକ ଦେଇଛନ୍ତି ଯେ ୟୁକ୍ରେନକୁ ସାମରିକ ସହାୟତା ପଠାଇ ଆମେରିକା ଏବଂ ସହଯୋଗୀ ୟୁରୋପୀୟ ରାଷ୍ଟ୍ର ନିଆଁ ସହ ଖେଳୁଛନ୍ତି। ଏଥିରୁ ନିବୃତ୍ତ ନ ରହିଲେ ସାରା ୟୁରୋପରେ ନିଆଁ ଲାଗିବ। ସେଣ୍ଟ ପିଟରବର୍ଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁଟିନ କହିଛନ୍ତି ଯେ ୟୁରୋପର ବିଭିନ୍ନ ସ୍ଥାନରେ ଥିବା ଆମେରିକା ଏବଂ ସହଯୋଗୀ ରାଷ୍ଟ୍ରଙ୍କ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରାଯିବ। ଆମେରିକା ଓ ଜର୍ମାନୀ ୟୁକ୍ରେନକୁ ସାମରିକ ସହାୟତା ଦେଇ ନିଜକୁ ଯୁଦ୍ଧରେ ପ୍ରତ୍ୟକ୍ଷ ଭାବେ ସାମିଲ କରିଛନ୍ତି। ରୁଷିଆ ଏହାର ଠିକଣା ଜବାବ ଦେବାକୁ ପଛାଇବ ନାହିଁ। ଏହି ପ୍ରତିଷ୍ଠାନଗୁଡ଼ିକ ଉପରେ ଆକ୍ରମଣ କରିବା ଲାଗି ରୁଷିଆ ଏହାର ସହଯୋଗୀ ରାଷ୍ଟ୍ରଙ୍କୁ ଦୂରଗାମୀ କ୍ଷେପଣାସ୍ତ୍ର/ଅସ୍ତ୍ର ଯୋଗାଇବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    8 %
    3.6kmh
    0 %
    Sat
    39 °
    Sun
    38 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ