Wednesday, July 24, 2024
27 C
Odisha

    ଧୋକ୍କାବାଜ୍ ପ୍ରେମିକକୁ କ୍ଷମା କରିଦେଲେ ରାଣୀ ପଣ୍ଡା

    ଆଗକୁ ପଢନ୍ତୁ

    କିଛିଦିନ ଧରି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ଦୀର୍ଘ ୭ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ତାଙ୍କୁ ଧୋକ୍କା ଦେଇଥିବା ପ୍ରେମିକ ବିକ୍ରମ ବିକାଶ ଓରଫ କାହ୍ନାଙ୍କ ବିରୋଧରେ ରାଣୀ କିଛିଦିନ ତଳେ ମହିଳା ଥାନାରେ ଏତଲା ଦେଇଥିଲେ । ତାଙ୍କୁ ନ୍ୟାୟ ଦରକାର ବୋଲି ରାଣୀ କହିଥିଲେ । ଲଭ୍ ରିଲେସନ କାରଣରୁ ସେ ଶାରୀରିକ, ମାନସିକ ଓ ଆର୍ଥିକ ଭାବେ ବହୁତ ନିର୍ଯାତିତ ହୋଇଥିଲେ ବୋଲି ରାଣୀ ଅଭିଯୋଗ କରିଥିଲେ ।

    ରାଣୀ ଓ ବିକ୍ରମଙ୍କ ଦୀର୍ଘବର୍ଷର ପ୍ରେମ ସମ୍ପର୍କକୁ ନେଇ ରାଣୀଙ୍କ ବେଷ୍ଟ ଫ୍ରେଣ୍ଡ ସୁରଜ ଅନେକ ଗୁମର ଖୋଲିଥିଲେ । ବର୍ଷ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ବିକ୍ରମ ରାଣୀଙ୍କ ସହ ପ୍ରତାରଣା କରିଥିଲେ ବୋଲି ସୁରଜ କହିଥିଲେ । ରାଣୀଙ୍କ ବିଷୟରେ ସବୁ ଜାଣି କାହିଁକି ପ୍ରେମ ସମ୍ପର୍କରେ ରହୁଥିଲେ ବୋଲି ସୁରଜ ପ୍ରଶ୍ନ କରିଥିଲେ । ନିକଟରେ ରାଣୀଙ୍କର ଏକ କାନ୍ଦିବା ଭିଡିଓ ସାମ୍ନାକୁ ଆସିଥିଲା । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଅପଡେଟ୍ । ଧୋକ୍କାବାଜ ପ୍ରେମିକ ବିକ୍ରମଙ୍କୁ ରାଣୀ କ୍ଷମା କରିଦେଇଛନ୍ତି । ‘ମୁଁ ବିକ୍ରମଙ୍କୁ ତ୍ୟାଗ କରୁଛି, ତା’ ଜୀବନରୁ ମୁଁ ସବୁଦିନ ପାଇଁ ଚାଲିଯାଉଛି’ ବୋଲି ରାଣୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27 ° C
    27 °
    27 °
    82 %
    4.6kmh
    99 %
    Wed
    27 °
    Thu
    25 °
    Fri
    25 °
    Sat
    27 °
    Sun
    31 °

    ସମ୍ବନ୍ଧିତ