Saturday, September 19, 2026
28.3 C
Odisha

    ନିଜାର ହତ୍ୟା ମାମଲା: ଅଭିଯୁକ୍ତ ୪ ଭାରତୀୟଙ୍କୁ ଜାମିନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂହ ନିଜାରକୁ ହତ୍ୟା ଅଭିଯୋଗରେ ଗିରଫ ୪ ଭାରତୀୟ ନାଗରିକଙ୍କୁ କାନାଡାର ଏକ ଅଦାଲତ ଜାମିନ ପ୍ରଦାନ କରିଛନ୍ତି। ଏହି ୪ ଅଭିଯୁକ୍ତ ଭାରତୀୟ ନାଗରିକ କରଣ ବ୍ରାର, ଅମନଦୀପ ସିଂହ, କମଲପ୍ରୀତ ସିଂହ ଓ କରନପ୍ରୀତ ସିଂହଙ୍କ ବିରୋଧରେ ହତ୍ୟା ଓ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ଗତବର୍ଷ ମେ ମାସରେ ଗିରଫ କରାଯାଇଥିଲା। ଏହି ମାମଲାର ଶୁଣାଣି ବ୍ରିଟିସ କଲମ୍ବିଆ ସୁପ୍ରିମ୍‌କୋର୍ଟକୁ ପଠାଯାଇଥିବା ବେଳେ ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୧ରେ ହେବ। ୨୦୨୩ ମସିହା ଜୁନ୍ ମାସରେ ବ୍ରିଟିସ କଲମ୍ବିଆର ସରେଠାରେ ଭାରତ ଦ୍ବାରା ଆତଙ୍କବାଦୀ ଘୋଷିତ ଖଲିସ୍ତାନୀ ନେତା ହରଦୀପ ନିଜାରକୁ ହତ୍ୟା କରାଯାଇଥିଲା। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହି ହତ୍ୟାକାଣ୍ଡରେ ଭାରତ ସରକାରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିବା ପରେ ଏହି ମାମଲା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ଭାରତ ଏହି ଅଭିଯୋଗକୁ ଖଣ୍ଡନ କରି ଏହାକୁ ଭିତ୍ତିହୀନ ବୋଲି କହିଛି। ୨୦୨୪ ମେ ମାସରେ ରୟାଲ କାନାଡିଆନ୍ ମାଉଣ୍ଟେଡ୍ ପୁଲିସ (ଆର୍‌ସିଏମ୍‌ପି) ଏହି ୪ ଜଣ ଭାରତୀୟ ନାଗରିକଙ୍କୁ କାନାଡାର ବିଭିନ୍ନ ସ୍ଥାନରୁ ଗିରଫ କରିଥିଲା। ତେବେ ପ୍ରାଥମିକ ଶୁଣାଣି ସମୟରେ ପ୍ରସିକ୍ୟୁସନ ପକ୍ଷରୁ ପ୍ରମାଣ ଉପସ୍ଥାପନ କରିବାରେ ବିଳମ୍ବକୁ ନେଇ ସମାଲୋଚନା ହୋଇଥିଲା।

    ଅଦାଲତର ଦସ୍ତାବିଜରୁ ଜଣାପଡିଛି ଯେ ବିଚାର ଅପେକ୍ଷାରେ ଥିବା ବେଳେ ସମସ୍ତ ଚାରି ଜଣଙ୍କୁ ‘ପ୍ରୋସିଡିଂ ଉପରେ ରହିତାଦେଶ’ ଅଧୀନରେ ମୁକ୍ତ କରାଯାଇଥିଲା। ନଭେମ୍ବର ୧୮, ୨୦୨୪ରେ ଶୁଣାଣି ସମୟରେ ସେମାନେ ସୁପ୍ରିମ୍‌କୋର୍ଟରେ ହାଜର ହୋଇଥିଲେ। ଅଦାଲତ ରେକର୍ଡ ଅନୁଯାୟୀ, ସମସ୍ତ ଚାରି ଜଣ ଅଭିଯୁକ୍ତଙ୍କ ସ୍ଥିତି ‘ଏନ୍’ ଭାବରେ ଚିହ୍ନିତ କରାଯାଇଥିଲା, ଯାହା ଦର୍ଶାଉଛି ଯେ ସେମାନେ ହେପାଜତରେ ନାହାନ୍ତି। ଅର୍ଥାତ୍ ଏହି ବ୍ୟକ୍ତିମାନେ ବର୍ତ୍ତମାନ ଅଟକ ରହୁନାହାନ୍ତି ଏବଂ ପରବର୍ତ୍ତୀ ଅଦାଲତ ପ୍ରକ୍ରିୟାକୁ ଅପେକ୍ଷା କରି ନିର୍ଦ୍ଦିଷ୍ଟ ସର୍ତ୍ତରେ କିମ୍ବା ଜାମିନରେ ମୁକ୍ତ ହୋଇପାରନ୍ତି। କାନାଡା ସରକାର ଏହି ମାମଲାକୁ ସରେ ପ୍ରାନ୍ତୀୟ ଅଦାଲତରୁ ବ୍ରିଟିସ କଲମ୍ବିଆ ସୁପ୍ରିମ୍‌କୋର୍ଟକୁ ହସ୍ତାନ୍ତର କରି ସିଧାସଳଖ ଦୋଷାରୋପଣ କରିଛନ୍ତି। ଏହି ଆଇନଗତ କୌଶଳ ପ୍ରାଥମିକ ତଦନ୍ତକୁ ବାଦ୍ ଦେଇ ମାମଲାର ଶୁଣାଣିକୁ ତ୍ୱରାନ୍ୱିତ କରିଛି। ବିଶେଷକରି ଭାରତ ବିରୋଧରେ ପ୍ରାରମ୍ଭିକ କଠୋର ଆଭିମୁଖ୍ୟ ପରେ ଅଭିଯୁକ୍ତଙ୍କୁ ମୁକ୍ତ କରିବା କାନାଡା ସରକାରଙ୍କ ପାଇଁ ଏକ ଝଟକା ହୋଇପାରେ। ସମାଲୋଚକମାନେ କହିଛନ୍ତି ଯେ ବିଳମ୍ବ ଓ ଯଥେଷ୍ଟ ପ୍ରମାଣର ଅଭାବ ଏହି ମାମଲାରେ କାନାଡାର ଆଭିମୁଖ୍ୟକୁ ଦୁର୍ବଳ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.3 ° C
    28.3 °
    28.3 °
    85 %
    1.6kmh
    99 %
    Sat
    29 °
    Sun
    30 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ