Saturday, July 27, 2024
24.6 C
Odisha

    ନିଜ ଅଞ୍ଚଳର ବିକାଶ କରିପାରୁନାହାନ୍ତି କେନ୍ଦ୍ରମନ୍ତ୍ରୀ, ବିଫଳତା ଲୁଚାଇବାକୁ ନେଉଛନ୍ତି ମିଥ୍ୟାର ଆଶ୍ରୟ

    ଆଗକୁ ପଢନ୍ତୁ

    ଗତ ୧୦ ବର୍ଷ ହେଲାଣି ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ହେଲେ ଓଡ଼ିଶା ପ୍ରତି ତାଙ୍କର କିଛି ବି ଅବଦାନ ନାହିଁ । ୧୦ ବର୍ଷରେ ଓଡ଼ିଶା ପ୍ରତି ଧର୍ମେନ୍ଦ୍ରଙ୍କ ଅବଦାନ ଶୂନ । ନିଜ ଅଞ୍ଚଳ ପାଇଁ ବି ୧୦ ବର୍ଷରେ କିଛି କରିନାହାନ୍ତି ଧର୍ମେନ୍ଦ୍ର । ନିଜ ବିଫଳତାକୁ ଲୁଚାଇବାକୁ ମିଛ କହୁଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁରର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରେସମିଟରେ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିବା ସହ କଡ଼ା ସମାଲୋଚନା କରିଛି ବିଜେଡି ।

    ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଗତ ୧୦ ବର୍ଷ ହେଲାଣି ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ହେଲେ ଓଡ଼ିଶା ପ୍ରତି ତାଙ୍କର କିଛି ବି ଅବଦାନ ନାହିଁ । ୧୦ ବର୍ଷରେ ଓଡ଼ିଶା ପ୍ରତି ଧର୍ମେନ୍ଦ୍ରଙ୍କ ଅବଦାନ ଶୂନ । ନିଜ ଅଞ୍ଚଳ ପାଇଁ ବି ୧୦ ବର୍ଷରେ କିଛି କରିନାହାନ୍ତି ଧର୍ମେନ୍ଦ୍ର । ନିଜ ମୁହଁ ଲୁଚାଇବାକୁ ଯାଇ ସେ ମିଛ କହିବାକୁ ବି ପଛାଉନାହାନ୍ତି । ସମସ୍ତେ ଜାଣିଛନ୍ତି ସାରା ଦେଶରେ ବିଏସକେୱାଇ ସର୍ବଶ୍ରେଷ୍ଠ ଯୋଜନା । ଏହି ପ୍ରକାର ଯୋଜନା ଆଣିବାରେ ଓଡ଼ିଶା ଏକମାତ୍ର ରାଜ୍ୟ । ବିଏସକେୱାଇ ମାଧ୍ୟମରେ ଲୋକଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଛି । ମହିଳାଙ୍କୁ ବାର୍ଷିକ ୧୦ ଲକ୍ଷ ଓ ପୁରୁଷଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି । ଦୁର୍ଭାଗ୍ୟର ବିଷୟ ଧର୍ମେନ୍ଦ୍ର ପ୍ରଧାନ ବିଏସକେୱାଇ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି । ବିଏସକେୱାଇ ଉପକାରିତା ଅଟକାଇବାକୁ ଧର୍ମେନ୍ଦ୍ର ଚକ୍ରାନ୍ତ କରୁଛନ୍ତି । ବିଏସକେୱାଇରେ ଚିକିତ୍ସା ପାଇ ଯଦି ସାଧାରଣ ଲୋକ ଉପକୃତ ହେଉଛନ୍ତି ତେବେ ଧର୍ମେନ୍ଦ୍ରଙ୍କୁ କାହିଁକି କଷ୍ଟ ହେଉଛି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । ବିଏସକେୱାଇ ଯଦି ଏତେ ଖରାପ ଲାଗୁଛି ତାହେଲେ ବିଜେପି ନିର୍ବାଚନୀ ଇସ୍ତାହାରରେ ଏହାକୁ ବନ୍ଦ କରିବାକୁ ଘୋଷଣା କରୁ । ଓଡ଼ିଶା ବିଜେପି ନିର୍ବାଚନ ଇସ୍ତାହାରର ଏକ ନମ୍ବରରେ ବିଏସକେୱାଇ ବନ୍ଦ କରିବାକୁ ଘୋଷଣା କରୁ ବୋଲି ଆହ୍ବାନ ଦେଇଛନ୍ତି ସସ୍ମିତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ