Saturday, March 14, 2026
38.1 C
Odisha

    ନିଟ୍-ୟୁଜି ପୁନଃ ପରୀକ୍ଷାକୁ ସୁପ୍ରିମ୍‌କୋର୍ଟର ଖାରଜ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ନିଟ୍-ୟୁଜି ପରୀକ୍ଷା ବାତିଲ କରି ପୁନଃ ପରୀକ୍ଷା  ଲାଗି ଆଗତ ପିଟିସନକୁ ସୁପ୍ରିମ୍‌କୋର୍ଟ ଆଜି ଖାରଜ କରିଦେଇଛନ୍ତି। ସମଗ୍ର ଦେଶରେ ପରୀକ୍ଷା ପୁନଃ ଆୟୋଜନ ପାଇଁ ଏକାଧିକ ପିଟିସନ ଉପରେ ସୁପ୍ରିମ୍‌କୋର୍ଟ ଆଜି ରାୟ ଶୁଣାଇ କହିଛନ୍ତି ଯେ ପ୍ରଶ୍ନପତ୍ରର ବ୍ୟବସ୍ଥାଗତ ଲିକ୍ ହୋଇଥିବା ନେଇ କୌଣସି ପ୍ରମାଣ ନାହିଁ। ଏଭଳି ସ୍ଥିତିରେ ପୁଣିଥରେ ନିଟ୍-ୟୁଜି ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଲେ ପରୀକ୍ଷା ଦେଇଥିବା ୨୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଉପରେ ଗମ୍ଭୀର ପ୍ରଭାବ ପଡ଼ିବ ବୋଲି କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ପ୍ରଶ୍ନପତ୍ର ଲିକ୍ ଓ ଅନ୍ୟାନ୍ୟ ଅନିୟମିତତା ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିଥିଲେ। ରାୟ ଶୁଣାଇ ପ୍ରଧାନ ବିଚାରପତି କହିଛନ୍ତି ଯେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ଉପସ୍ଥାପିତ ତଥ୍ୟ ଏବଂ ଆଇଆଇଟି ମାଡ୍ରାସର ଏକ ରିପୋର୍ଟକୁ କୋର୍ଟ ଯାଞ୍ଚ କରିଛନ୍ତି, ଯେଉଁଥିରେ ଦର୍ଶାଯାଇଛି ଯେ ବ୍ୟାପକ ସ୍ତରରେ କୌଣସି ପେପର ଲିକ୍ ହୋଇନାହିଁ। ଅଦାଲତଙ୍କ କହିବାନୁଯାୟୀ, ଚଳିତ ବର୍ଷ ପାଇଁ ପୁନଃ ପରୀକ୍ଷା ଆୟୋଜନ କରିବା ଦ୍ୱାରା ନାମଲେଖା କାର୍ଯ୍ୟସୂଚୀ ବାଧାପ୍ରାପ୍ତ ହୋଇପାରେ ଏବଂ ଡାକ୍ତରୀ ଶିକ୍ଷାର ପାଠ୍ୟକ୍ରମ ପ୍ରଭାବିତ ହୋଇପାରେ। ଭବିଷ୍ୟତରେ ଯୋଗ୍ୟ ଡାକ୍ତରୀ ବୃତ୍ତିଜୀବୀଙ୍କ ଉପଲବ୍ଧତା ପ୍ରଭାବିତ ହୋଇପାରେ ଏବଂ ସିଟ୍ ଆବଣ୍ଟନରେ ସଂରକ୍ଷଣ କରାଯାଇଥିବା ଅବହେଳିତ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏହା କ୍ଷତିକାରକ ହୋଇପାରେ।ହଜାରୀବାଗ ଓ ପାଟନାରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ କୌଣସି ବିବାଦ ନାହିଁ ବୋଲି କୋର୍ଟ କହିଛନ୍ତି। ପ୍ରଶ୍ନପତ୍ର ଲିକ୍ ସମ୍ପର୍କରେ ସିବିଆଇର ରିପୋର୍ଟକୁ ଉଦାହରଣ ଦେଇ ଖଣ୍ଡପୀଠ କହିଛନ୍ତି ଯେ ଏହି କେନ୍ଦ୍ରଗୁଡ଼ିକରେ ୧୫୫ ଜଣ ଛାତ୍ରଛାତ୍ରୀ ପ୍ରଶ୍ନପତ୍ର ଲିକ୍‌ର ସିଧାସଳଖ ଫାଇଦା ନେଇଥିଲେ। ଯେହେତୁ ସିବିଆଇ ଦ୍ୱାରା ତଦନ୍ତ ଚୂଡ଼ାନ୍ତ ହୋଇନାହିଁ, ତେଣୁ ଏ ଅଦାଲତ ପୂର୍ବ ନିର୍ଦ୍ଦେଶରେ ୫୭୧ଟି ସହରର ୪,୭୫୦ଟି କେନ୍ଦ୍ରର ଫଳାଫଳରୁ ଅସ୍ୱାଭାବିକତା ଆକଳନ କରି ଦର୍ଶାଇବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। ସରକାର ଆଇଆଇଟି ମାଡ୍ରାସର ବିଶ୍ଳେଷଣ ପ୍ରସ୍ତୁତ କରିଛନ୍ତି ଯାହା ଡାଟା ଆନାଲିଟିକ୍ସ ଆଧାରରେ ଏହାର ସ୍ଥିତି ଦର୍ଶାଉଛି ବୋଲି ପ୍ରଧାନ ବିଚାରପତି କହିଛନ୍ତି।ଯଦି ସିବିଆଇ ତଦନ୍ତରେ ପ୍ରଶ୍ନପତ୍ର ଲିକ୍‌ରେ ଅଧିକ ସଂଖ୍ୟକ ହିତାଧିକାରୀଙ୍କ ସମ୍ପୃକ୍ତି ଥିବା ଜଣାପଡ଼େ, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ନିଟ୍ ପେପରରେ ଗୋଟିଏ ପ୍ରଶ୍ନର ଦୁଇଟି ସଠିକ୍ ବିକଳ୍ପ ପ୍ରସଙ୍ଗରେ ପ୍ରଧାନ ବିଚାରପତି ଆଇଆଇଟି ଦିଲ୍ଲୀ ରିପୋର୍ଟକୁ ଉଦାହରଣ ଦେଇ କହିଛନ୍ତି ଯେ ବିକଳ୍ପ ୪ ଠିକ୍ ଥିଲା। ସଂଶୋଧିତ ବିକଳ୍ପ ଆଧାରରେ ଫଳାଫଳ ସଂଶୋଧନ କରିବାକୁ ମଧ୍ୟ ପ୍ରଧାନ ବିଚାରପତି ଏନଟିଏକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାୟ ବିରୋଧରେ ଯଦି ଆବେଦନକାରୀଙ୍କର କୌଣସି ଅଭିଯୋଗ ଥାଏ, ତେବେ ସେମାନେ ଆଇନ ଅନୁଯାୟୀ ପ୍ରତିକାର କରିପାରିବେ ବୋଲି ପ୍ରଧାନ ବିଚାରପତି ସ୍ପଷ୍ଟ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.1 ° C
    38.1 °
    38.1 °
    9 %
    4.3kmh
    0 %
    Sat
    37 °
    Sun
    38 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ