Wednesday, September 9, 2026
29.9 C
Odisha

    ନିଷ୍ଟ୍ ବିଶ୍ୱବିଦ୍ୟାଳୟକୁ ମିଳିଲା ୟୁଜିସି ମାନ୍ୟତା

    ଆଗକୁ ପଢନ୍ତୁ

    ବ୍ରହ୍ମପୁର:ଗୋଳନ୍ଥରା ଠାରେ ଥିବା ନିଷ୍ଟ୍ ବିଶ୍ୱବିଦ୍ୟାଳୟକୁ ୟୁଜିସି(ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ)ର ସ୍ୱୀକୃତି ମିଳିଥିବା ନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ସ୍ୱୀକୃତି ମିଳିବା ପରେ ବ୍ରହ୍ମପୁର ସହରବାସୀ ଏବଂ ନିଷ୍ଟ୍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଆନନ୍ଦ ପ୍ରକାଶ କରିଛନ୍ତି। ୧୯୯୬ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ବ ସଂଖ୍ୟକ ବିଦ୍ୟାର୍ଥୀ ଏବେ ଯାଏଁ ଶିକ୍ଷାଲାଭ କରିସାରିଛନ୍ତି। ନିଷ୍ଟ ସ୍ବୟଂଶାସିତ ମହାବିଦ୍ୟାଳୟକୁ ୨୦୨୪ ମସିହାରେ ରାଜ୍ୟ ସରକାରଙ୍କ ଅଧିନିୟମ ବଳରେ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଥିଲା।ବର୍ତ୍ତମାନ ୟୁଜିସିର ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ତାଲିକା (୨ ଏଫ)ରେ ନିଷ୍ଟ୍ ବିଶ୍ୱବିଦ୍ୟାଳୟ ସ୍ଥାନିତ ହୋଇପାରିଛି। ଏ ବିଷୟରେ ୟୁଜିସି ର ଉପ-ସଚିବ ଡ଼. ଅମୋଲ ଅନ୍ଧାରେ ଓ ଅନୁସଚିବ ଆରଏଇଏସ ଭରଦ୍ୱାଜଙ୍କ ଠାରୁ ନିଷ୍ଟ୍ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳସଚିବ ଡ଼. ବିଷ୍ଣୁକର ନାୟକଙ୍କ ନିକଟକୁ ଆସିଥିବା ଚିଠିରୁ ସୂଚନା ମିଳିଛି। ନିର୍ଦେଶାନୁଯାୟୀ ୟୁଜିସିର ସମସ୍ତ ନୀତି ନିୟମ ଏବଂ ମାର୍ଗଦର୍ଶିକାକୁ ଅନୁପାଳନ କରି ବିଶ୍ବବିଦ୍ୟାଳୟ ନିଜର ସ୍ୱାୟତ୍ତତା ନିର୍ବହନ କରି ପାରିବ।ନିଷ୍ଟ ସ୍ବୟଂଶାସିତ ମହାବିଦ୍ୟାଳୟକୁ ପୂର୍ବରୁ NAAC ଦ୍ୱାରା ଏ-ଗ୍ରେଡ଼ ମାନ୍ୟତା ମିଳିଥିବା ବେଳେ, ବର୍ତ୍ତମାନ ବିଶ୍ବବିଦ୍ୟାଳୟ ବର୍ଗରେ ପୁନଃ NAAC ମାନ୍ୟତା ପାଇବା ପାଇଁ ଆବେଦନ କରିବାର ପଥ ପରିଷ୍କାର ହୋଇଛି ବୋଲି କୁଳପତି ଡ଼ଃ ପ୍ରିୟଦର୍ଶନ ପାତ୍ର କହିଛନ୍ତି। ସେହିପରି ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମ ସବୁ ପାଇଁ ଆବଶ୍ୟକ ମତେ AICTE ଅନୁମୋଦନ ମଧ୍ୟ ନିଆଯାଇଛି ବୋଲି ଡିନ ଡ଼ଃ ରାଜେଶ କୁମାର ପାନାକାଲା ସୂଚନା ଦେଇଛନ୍ତି।

    ବିଶ୍ବବିଦ୍ୟାଳୟ ସ୍ତରକୁ ଉନ୍ନୀତ ହେବାମାତ୍ରେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିବା ପାଇଁ ନିଷ୍ଟରେ ଏକାଧିକ ବୈଶ୍ଵିକ ଉଦ୍ଭାବନ କେନ୍ଦ୍ର ସ୍ଥାପନ କରାଯାଉଛି। ବିଶ୍ୱର ଅଗ୍ରଣୀ ଗବେଷଣା ଅନୁଷ୍ଠାନ ଓ କମ୍ପାନୀ ମାନଙ୍କ ସହଭାଗିତାରେ ସ୍ଥାପିତ ଏହି କେନ୍ଦ୍ର ଗୁଡିକରେ ଗବେଷକ ମାନେ ନିୟୋଜିତ ହେବେ। ସେମାନଙ୍କର ମାର୍ଗଦର୍ଶନରେ ସ୍ନାତକୋତ୍ତର/ପିଏଚଡି କରୁଥିବା ପ୍ରାର୍ଥୀମାନେ ଏଠାରେ ଗବେଷଣା କରି ପାରିବେ। ଏହାଦ୍ୱାରା ନିଷ୍ଟ ନିଜକୁ ଏକ ଗବେଷଣା ଅଭିମୁଖୀ ବିଶ୍ୱବିଦ୍ୟାଳୟ ଭାବରେ ଗଢି ତୋଳିବ ବୋଲି ନିଷ୍ଟର ସଂସ୍ଥାପକ ସଭାପତି ଡ଼ଃ ସୁକାନ୍ତ କିଶୋର ମହାପାତ୍ର କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    29.9 ° C
    29.9 °
    29.9 °
    71 %
    3.5kmh
    89 %
    Wed
    30 °
    Thu
    28 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ