Friday, October 2, 2026
23.8 C
Odisha

    ନିୟମିତ ମଲ୍ଟି- ଭିଟାମିନ ଖାଉଛନ୍ତି କି ହୋଇଯାଆନ୍ତୁ ସତର୍କ

    ଆଗକୁ ପଢନ୍ତୁ

    ନିୟମିତ ମଲ୍ଟି ଭିଟାମିନ ସେବନ କରୁଥିବା ଲୋକମାନେ ସୁସ୍ଥ ଜୀବନ ପାଇବା ପରିବର୍ତେ ମୃତ୍ୟୁ ମୁଖକୁ ଟାଣି ହୋଇ ଯାଇ ଥାଆନ୍ତି , ସେମାନଙ୍କ ଆୟୁସ ସୀମା ହ୍ରାସ ପାଇଥାଏ lବିଶେଷ ଭାବରେ ଯୁବକ ମାନେ ଅଧିକ ମଲ୍ଟି ଭିଟାମିନ ସେବନ କରି ଥିବାର ଏକ ଅଧୟନରେ ଦେଖିବାକୁ ମିଳିଥିଲା ଏବଂ ସେମାନେ ଅଧିକ କ୍ୟାନ୍ସର ଓ ହୃଦ ରୋଗର ଶିକାର ହେଉଛନ୍ତି ବୋଲି ଜଣାପଡିଛି l

    ମଲ୍ଟି ଭିଟାମିନ ନିୟମିତ ସେବନ କରିବା ପରିବର୍ତେ ସପ୍ତାହରେ ଗୋଟିଏ ଦିନ ସେବନ କରିବା ଆବଶ୍ୟକ ବୋଲି ଅଧ୍ୟୟନ କରି ବିଶେଷଜ୍ଞମାନେ ମତ ଦେଇଛନ୍ତି l

    ଏହି ଅଧ୍ୟୟନରେ କୁହାଯାଇଛି ଯେ ମଲ୍ଟି ଭିଟାମିନ ସ୍ୱାସ୍ଥ୍ୟ ପକ୍ଷରେ ଖୁବ କ୍ଷତିକାରକ ଅଟେ, ଏଥିରେ ଥିବା ବିଟା କେରୋଟିନକୁ ଯଦି ଆମେ ପ୍ରାକୃତିକ ଭାବରେ ସେବନ କରିବା ତେବେ ଏହା ସ୍ଵାସ୍ତ୍ୟପାଇଁ ଲାଭ ଦାୟକ ହୋଇଥାଏ।

    ଯଦି ଆମେ ବିଟା କେରୋଟିନକୁ ଗୋଟିଏ ସପ୍ଲିମେଣ୍ଟ ଭାବରେ ଖାଇଥାଉ ତେବେ ଏହା ଫୁସଫୁସ କ୍ୟାନ୍ସରରେ ପ୍ରଭାବିତ କରିଥାଏ ଏବଂ ହୃଦ ରୋଗର କାରଣ ମଧ୍ୟ ହୋଇଥାଏ l

    ଆଇରନ କ୍ୟାପ୍ସୁଲରେ ଅନେକ ଗୁଡିଏ ମଲ୍ଟି ଭିଟାମିନ ମିଶା ଯାଇଥାଏ, ଅତ୍ୟଧିକ ଆଇରନ ସେବନ ଦ୍ୱାରା ହୃଦ ରୋଗ, ମଧୁମେହ, ଡିପ୍ରେସନ ସମସ୍ୟା ଦେଖା ଯାଇଥାଏ l

    ମଲ୍ଟି ଭିଟାମିନ ରହିଥିବା ବିଟା କେରୋଟିନ, ଭିଟାମିନ ସି ଓ ଇ ଏବଂ ଜିଙ୍କ ଆପଣଙ୍କ ଆୟୁସକୁ ହ୍ରାସ କରିଦେଇଥାଏ l

    ଏହି ଅଧ୍ୟୟନରେ କୁହାଯାଇଛି ଯେ ଆମେ ସେବନ କରୁଥିବା ମଲ୍ଟି ଭିଟାମିନ ବଦଳରେ ଯଦି ଘରେ ପ୍ରସ୍ତୁତ ହେଉଥିବା ପୋଷାକ ତତ୍ତ୍ୱରେ ଭରପୁର ଖାଦ୍ୟ ସେବନ କରିବା ତେବେ ଅଧିକ ନିରୋଗୀ ରହିବା ଏବଂ ସୁସ୍ଥ ଜୀବନ ଯାପନ କରିବା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    86 %
    1.5kmh
    72 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ