Saturday, July 27, 2024
24.5 C
Odisha

    ‘ନୂଆ-ଓ’ ଆଳରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଅନ୍ଧକାର କରିବାର ସରକାରୀ ଧମକ ଦିଆଯାଉଛି: ଅନିଲ ବିଶ୍ୱାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୫/୦୧: ଓଡିଶାର ଶିକ୍ଷିତ ଯୁବଗୋଷ୍ଠୀଙ୍କ ବିରୁଦ୍ଧରେ ରାଜ୍ୟ ସରକାର ଏକ ସୁଚିନ୍ତିତ ଷଡଯନ୍ତ୍ର ରଚିଛନ୍ତି । ଗୋଟିଏ ପଟରେ ଚାକିରୀ ଆଶାରେ ହଜାର ହଜାର ପଢୁଆ ଯୁବଗୋଷ୍ଠୀ ଆଜି ରାଜରାସ୍ତାରେ ଆନ୍ଦୋଳନରତ । ଅନ୍ୟପଟରେ ରାଜ୍ୟ ସାରା ସମସ୍ତ କଲେଜରେ ପାଠ ପଢା ବନ୍ଦ କରି, ପରୀକ୍ଷା ବାତିଲ୍ କରି ‘ନୂଆ-ଓ’ କୁ ବାଧ୍ୟତାମୂଳକ କରି ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରୁଛନ୍ତି । ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ‘ନୂଆ-ଓ’ ପାଇଁ ଦୁଇ ଦୁଇ ଥର ପରୀକ୍ଷା ବାତିଲ୍ କରାଯାଇଛି । ଗଙ୍ଗାଧର ମେହେର୍ ବିଶ୍ୱବିଦ୍ୟାଳୟରେ ‘ନୂଆ-ଓ’ ପାଇଁ ମଧ୍ୟ ପରୀକ୍ଷା ବାତିଲ୍ କରାଯାଇଛି । ସେହିଭଳି ବିଭିନ୍ନ କଲେଜର ଅଧ୍ୟକ୍ଷ ମାନଙ୍କର ହ୍ୱାର୍ଟସପ୍ ଚାର୍ଟ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି ଯେଉଁଥିରେ ପିଲାମାନଙ୍କୁ ଧମକ ଦିଆଯାଉଛି ଯେ, ଯଦି ‘ନୂଆ-ଓ’ ଫେଷ୍ଟ୍‌ରେ ସାମିଲ୍ ନହେବେ ତାହେଲେ ପ୍ରାକ୍ଟିକାଲ୍ ମାର୍କ ଓ ପରୀକ୍ଷା ମାର୍କ କାଟିଦିଆଯିବ । ସରକାରଙ୍କ ପାଇଁ ‘ନୂଆ-ଓ’ ବେଶୀ ପ୍ରାଥମିକତା ନା କଲେଜର ପାଠପଢା ଓ ପରୀକ୍ଷା ବେଶୀ ପ୍ରାଥମିକତା ତାହା ସରକାର ସ୍ପଷ୍ଟ କଲେ ଭଲହୁଅନ୍ତା । ରାଜ୍ୟ ସରକାରଙ୍କୁ ଏ ଅଧିକାର କିଏ ଦେଲା ଯେ, ସରକାର ନିଜର ପ୍ରଚାର ପ୍ରସାର ପାଇଁ ସମଗ୍ର ଓଡିଶାର କଲେଜର ପାଠପଢା ଓ ପରୀକ୍ଷାକୁ ବନ୍ଦ କରିବା ପାଇଁ ନିଷ୍ପତି ନେଇପାରିବେ ଏହାର ଉତର ସରକାର ଦିଅନ୍ତୁ ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।
    ‘ନୂଆ-ଓ’ ରେ ଯୋଗ ନଦେଲେ କୋମଳମତି ଛାତ୍ରଛାତ୍ରୀ ମାନଙ୍କ ମାର୍କ କାଟିଦେବାର ଧମକ ଛାତ୍ରଛାତ୍ରୀଙ୍କ ଉପରେ ମାନସିକ ଅତ୍ୟାଚାର ଯାହାକି ଅକ୍ଷମଣୀୟ । ଏଭଳି ଧମକପୂର୍ଣ୍ଣ ଚେତାବନୀ ସାରା ରାଜ୍ୟରେ ଅଭିଭାବକ ମନରେ ପ୍ରତିକ୍ରିୟା ସୃଷ୍ଟି କରିଛି । ଏହା ଏଭଳି ଏକ ଚିନ୍ତାଜନକ ବିଷୟ ଯାହାକୁ ଯେତେ ନିନ୍ଦା କଲେ ବି କମ୍ ପଡିବ । ଓଡିଶାର ଭବିଷ୍ୟତ ଯୁବପିଢୀଙ୍କୁ ପଥଭ୍ରଷ୍ଟ କରିବାପାଇଁ ସରକାରଙ୍କର କିଛି ଅଣଓଡିଆ ଅଧିକାରୀମାନେ ଷଡଯନ୍ତ୍ର କରିଛନ୍ତି । ‘ନୂଆ-ଓ’ ଆଳରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଅନ୍ଧକାର କରିବା ପାଇଁ ଧମକ ଦିଆଯାଉଛି । ପରୀକ୍ଷା ପାଠପଢା ବନ୍ଦ କରାଇ ମଂଚରେ ‘ମାହାଲମାଣ୍ଡା’ ଗୀତରେ ନାଚଗୀତ କରାଯାଉଛି । କଲେଜର ଅଧ୍ୟକ୍ଷମାନେ ପିଲାମାନଙ୍କୁ ଦେଉଥିବା ଧମକର ଭାଷା ନିଶ୍ଚିନ୍ତ ଭାବରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଛି ବୋଲି ମନେହେଉଛି । କଲେଜର ଅଧ୍ୟକ୍ଷ ମାନେ ମଧ୍ୟ ସ୍ୱୀକାର କରୁଛନ୍ତି ଯେ, ସେମାନଙ୍କ ଉପରେ ଉପରୁ ଚାପ ପଡୁଛି । ଏହି ଉପରୁ ଚାପ ପାଣ୍ଡିଆନ ବାବୁ ପକାଉଛନ୍ତି କି? ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
    ଓଡିଶାରେ ଉଚ୍ଚଶିକ୍ଷାର ମାନଙ୍କ କେତେ ତଳକୁ ଯାଇଛି ଏହାର ପ୍ରମାଣ ହେଲା ଯେ, ୧୭ଟି ବିଶ୍ୱବିଦ୍ୟାଳୟରୁ ମାତ୍ର ୩ଟିର ନାକ୍ ମାନ୍ୟତା ଅଛି । ଦେଶର ୧୦୦ଟି ସର୍ବଶ୍ରେଷ୍ଠ ସରକାରୀ ଶିକ୍ଷାନୁଷ୍ଠାନ ଭିତରେ ଓଡିଶାର କୌଣସି ଶିକ୍ଷାନୁଷ୍ଠାନର ନାଁ ନାହିଁ । ରାଜ୍ୟରେ ଥିବା ସମୁଦାୟ କଲେଜରୁ ୧୦୩୭ଟି ସାଧାରଣ ଡିଗ୍ରୀ କଲେଜ ମଧ୍ୟରୁ ମାତ୍ର ୪୮ଟି ହେଉଛି ସରକାରୀ କଲେଜ । ଏଥିରୁ ଅନୁମାନ କରାଯାଇପାରେ ଯେ, ଓଡିଶାରେ ସରକାର ସାଧାରଣ କଲେଜର ଶିକ୍ଷା ବ୍ୟବସ୍ଥାକୁ ନେଇ କେତେ ଯତ୍ନବାନ ଅଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ‘ମାହାଲମାଣ୍ଡା’ ଗୀତରେ ନାଚ କରାଇବା ପାଇଁ ‘ନୂଆ-ଓ’ ଯୋଜନାରେ ୩୫୦କୋଟି ଟଙ୍କାର ଅର୍ଥ ଅଛି କିନ୍ତୁ କଲେଜର ଭିତିଭୂମି ବିକାଶ, ଅଧ୍ୟାପକ ମାନଙ୍କ ଦରମା, ନିଯୁକ୍ତି ପାଇଁ ଅର୍ଥ ନାହିଁ । ଓଡିଶାରେ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ୭୦ଭାଗ ଅଧ୍ୟାପକ ପଦବୀ ଖାଲି । ସରକାର ଏସବୁ କେବେ ପୂରଣ କରିବେ, କେବେ ଓଡିଶାର ଉଚ୍ଚଶିକ୍ଷାର ମାନଙ୍କ ରେ ଉନ୍ନତି ଆସିବ ତାହାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
    ଏହି ଅବସରରେ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ୍ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ