Sunday, May 31, 2026
36.9 C
Odisha

    ପତିତପାବନ ରାଉତଙ୍କୁ ‘ଆନ୍ଦପୁର ସ୍ବତନ୍ତ୍ର ସାରସ୍ବତ କବିତା ସମ୍ମାନ -୨୦୨୫’ ପୁରସ୍କାର

    ଆଗକୁ ପଢନ୍ତୁ

    ଦାରିଙ୍ଗବାଡି  :  କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିର ବରିଷ୍ଠ କବି ତଥା ‘ହିମକନ୍ୟା’ ଭାଷା, ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଭାପତି ପତିତପାବନ ରାଉତଙ୍କୁ ‘ଆନ୍ଦପୁର ସ୍ବତନ୍ତ୍ର ସାରସ୍ବତ କବିତା ସମ୍ମାନ -୨୦୨୫’ ମିଳିଛି। ଏଥିସହ ତାଙ୍କୁ ୫ ହଜାର ଟଙ୍କାର ଅର୍ଥ ରାଶି ମଧ୍ୟ ମିଳିଛି।

    ଏହି ସମ୍ମାନ ତାଙ୍କୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ ଆନନ୍ଦପୁର ଲେଖକ ସମବାୟ ସମିତି ପକ୍ଷରୁ ଚତୁର୍ଦ୍ଧଶ ବାର୍ଷିକ ଉତ୍ସବରେ ସମ୍ମାନିତ କରାଯାଇଛି। ଏହି ସ୍ବତନ୍ତ୍ର ଉତ୍ସବରେ ସମିତିର ସଭାପତି ତଥା ଉପଜିଲ୍ଲାପାଳ ନୀଳମାଧବ ସୁନାଙ୍କ ଦ୍ୱାରା ସମ୍ମାନିତ କରାଯାଇଥିବା ଜଣାପଡିଛି। ସେ ଏହି ସମ୍ମାନରେ ସମ୍ମାନିତ ହୋଇ ଦାରିଙ୍ଗବାଡି ଫେରିବା ପରେ ‘ହିମକନ୍ୟା’ ଭାଷା, ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସମ୍ପାଦକ ପ୍ରଶାନ୍ତ ସାହୁ, ଜଗନ୍ନାଥ ରଥ, ସସ୍ମିତା ସାମନ୍ତ, ବବଲୀନ ନାୟକଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଏଠି ସ୍ବାଗତ ଜଣାଇଥିଲେ।
    ସୂଚନାଯୋଗ୍ୟ ଯେ, କବି ପତିତପାବନ ରାଉତ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରି ହୋଇଥିବାବେଳେ ସେ ଏକାଧାରରେ ଜଣେ କବି, ସାହିତି୍ୟକ, ନାଟ୍ୟକାର, ନିର୍ଦ୍ଦେଶକ, ଓଲିଉଡ଼ କଳାକାର ଭାବେ ଜିଲ୍ଲା ତଥା ଜିଲ୍ଲା ବାହାରେ ବହୁ ପରିଚିତ ସେ ଏହି ସମ୍ମାନରେ ସମ୍ମାନିତ ହୋଇ ଦାରିଙ୍ଗବାଡି ତଥା ଜିଲା ପାଇଁ ଗର୍ବ ଆଣିଥିବା ଚର୍ଚ୍ଚା ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    36.9 ° C
    36.9 °
    36.9 °
    33 %
    3kmh
    20 %
    Sun
    36 °
    Mon
    40 °
    Tue
    40 °
    Wed
    41 °
    Thu
    42 °

    ସମ୍ବନ୍ଧିତ