Thursday, April 16, 2026
41.1 C
Odisha

    ପଲିଥିନ୍ ନ ଦେବାରୁ ଦୋକାନୀଙ୍କୁ ହତ୍ୟାକଲେ ୪ ଦୁର୍ବୃତ୍ତ

    ଆଗକୁ ପଢନ୍ତୁ

    ପଲିଥିନ୍ ନ ଦେବାରୁ ଦୋକାନୀଙ୍କୁ ହତ୍ୟାକଲେ ୪ ଦୁର୍ବୃତ୍ତ । ଉତ୍ତର ପ୍ରଦେଶର ମେରଠରେ ଜଣେ ଦୋକାନୀଙ୍କୁ ହତ୍ୟା କରିଛନ୍ତି ୪ ଜଣ ଦୁର୍ବୃତ୍ତ । ଅଭିଯୁକ୍ତମାନେ ଦୋକାନୀଙ୍କ ଠାରୁ ପଲିଥିନ୍ ମାଗିଥିଲେ । ସେ ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଛୁରୀରେ ଅନେକ ଥର ଛୁରା ମାଡ଼ କରିଥିଲେ । ପରେ ସେମାନେ ତାଙ୍କୁ ମୃତ ଭାବି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଆହତ ଦୋକାନୀଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଏକ ମାମଲା ରୁଜୁ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।
    ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୩୦ କିଲୋମିଟର ଦୂର ମଓ୍ଵାନା ଥାନା ଅଞ୍ଚଳରେ ଥିବା ଏକ ଚା’ ଦୋକାନରେ ଘଟିଛି ଏହି ଘଟଣା। ଜଣେ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କୁ ପଚରାଉଚରା ବେଳେ ମିଳିଥିବା ସୂଚନାକୁ ଆଧାର କରି ଅଧିକାରୀ ଜଣକ କହିଛନ୍ତି ଯେ ୩-୪ ଜଣ ଯୁବକ ଚା’ ଦୋକାନରେ ପହଞ୍ଚି ରୋହିତଙ୍କଠାରୁ ପଲିଥିନ୍ ମାଗିଥିଲେ। ବାହାଦୁରଙ୍କ କହିବା ଅନୁଯାୟୀ, ରୋହିତ ପଲିଥିନ୍ ଦେବାକୁ ମନା କରିଦେଇଥିଲେ ଯେ ଆମେ ପଲିଥିନ୍ ରଖୁନାହୁଁ, ଯାହାକୁ ନେଇ ଯୁବକ ଓ ରୋହିତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ଦେଖି ଜଣେ ଅଭିଯୁକ୍ତ ଛୁରୀ ବାହାର କରି ରୋହିତଙ୍କୁ ଆକ୍ରମଣ କରିଥିଲା। ରୋହିତଙ୍କୁ ଛୁରାମାଡ଼ ହେବା ମାତ୍ରେ ସେ ତଳେ ପଡ଼ିଯାଇଥିଲେ ଏବଂ ଆକ୍ରମଣକାରୀମାନେ ତାଙ୍କୁ ମୃତ ଭାବି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ରୋହିତଙ୍କୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ ଥିଲେ। ଡାକ୍ତରଖାନା ନେବା ବାଟରେ ରୋହିତଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ଜଣେ ଯୁବକଙ୍କୁ ଅଟକ ରଖି ଥାନାରେ ପଚରାଉଚରା କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    41.1 ° C
    41.1 °
    41.1 °
    13 %
    0.8kmh
    0 %
    Thu
    43 °
    Fri
    43 °
    Sat
    44 °
    Sun
    44 °
    Mon
    44 °

    ସମ୍ବନ୍ଧିତ