Monday, April 20, 2026
42.9 C
Odisha

    ପାକିସ୍ତାନକୁ ୨-୧ ଗୋଲ୍‌ରେ ହରାଇ ସେମିରେ ଭାରତ

    ଆଗକୁ ପଢନ୍ତୁ

    ଚଳିତ ଏସିଆନ ଚାମ୍ପିଅନ୍ସ ଟ୍ରଫି ହକିରେ କ୍ରମାଗତ ୪ଟି ମ୍ୟାଚ୍‌‌ ଜିତି ସେମିଫାଇନାଲରେ ପ୍ରବେଶ କରିସାରିଥିବା ଭାରତ ଅନ୍ତିମ ରାଉଣ୍ଡ ରବିନ ମୁକାବିଲାରେ ଶନିବାର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇଛି। ଆଜିର ମ୍ୟାଚ୍‌କୁ ଭାରତ ୨-୧ରେ ଜିତି ନିଜର ଅପରାଜେୟ ଧାରା ଜାରି ରଖିଛି। ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ଭାରତୀୟ ପୁରୁଷ ହକି ଦଳ ସେମି ଫାଇନାଲ ଖେଳିବାକୁ ଯାଉଛି।

    ଆଜି ଖେଳାଯାଉଥିବା ମ୍ୟାଚରେ ପାକିସ୍ତାନ ଭାରତକୁ ହରାଇବକେୁ ପୂରା ଚେଷ୍ଟା କରିଥିଲା। ଖେଳର ପ୍ରଥମ ପର୍ଯ୍ୟାୟରେ ପାକିସ୍ତାନର ନଦୀମ ଅହମଦ ଅଷ୍ଟମ ମିନିଟରେ ଗୋଲ ସ୍କୋର କରି ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ହେଲେ ଏହା ପୋର ଭାରତ କମ୍‌ବ୍ୟାକ୍‌ କରିଥିଲା। ୧୩ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ସ୍ଥିତି ୧-୧ କରି ଦେଇଥିଲେ। ଖେଳର ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତ ଆଟାକିଂ ଖେଳ ଦେଖାଇଥିଲା। ୧୯ତମ ମିନିଟରେ ଦଳକୁ ପୁଣି ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏଥର ମଧ୍ୟ ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ କମାଲ କରିଥିଲେ। ସେ ଗୋଲ ସ୍କୋର ଭାରତକୁ ୨-୧ରେ ଆଗୁଆ ରଖିଥିଲେ। ଏହାପରେ ତୃତୀୟ ଓ ଚତୁର୍ଥ କ୍ୱାର୍ଟର ଉଭୟ ଦଳକୁ ସୁଯୋଗ ମିଳିଥିଲେ ମଧ୍ୟ କେହି ଗୋଲ୍‌ ସ୍କୋର କରିପାରନଥିଲେ। ଆସନ୍ତା ୧୬ ତାରିଖରେ ସେମି ଫାଇନାଲ ଲଢ଼େଇ ହେବାକୁ ଥିବା ବେଳେ ୧୭ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    42.9 ° C
    42.9 °
    42.9 °
    12 %
    2.6kmh
    22 %
    Mon
    40 °
    Tue
    43 °
    Wed
    43 °
    Thu
    43 °
    Fri
    44 °

    ସମ୍ବନ୍ଧିତ