Monday, May 11, 2026
36.2 C
Odisha

    ପାକିସ୍ତାନରେ ଭାରତୀୟ ଗୀତ ବ୍ୟାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଛି। ଇତି ମଧ୍ୟରେ ଭାରତ ଏକ ବଡ଼ ପଦକ୍ଷେପସ୍ଵରୂପ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍, ପାକିସ୍ତାନୀ କଳାକାର ଏବଂ ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଦେଶରେ ନିଷେଧ କରିଛି। ଏହାର ଜବାବରେ ପାକିସ୍ତାନ ମଧ୍ୟ ଭାରତ ବିରୋଧରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ଏବଂ ଏବେ ପଡ଼ୋଶୀ ଦେଶ ମଧ୍ୟ ପାକ୍ ରେଡିଓ ଷ୍ଟେସନରେ ଭାରତୀୟ ଗୀତକୁ ନିଷେଧ କରିଛି। ପାକିସ୍ତାନବାସୀ କାହିଁ କେଉଁ କାଳରୁ ଲତା ମଙ୍ଗେସକର, ମହମ୍ମଦ ରଫି ଏବଂ କିଶୋର କୁମାରଙ୍କ ଗୀତ ଶୁଣି ଆସୁଛନ୍ତି ଏବଂ ବର୍ତ୍ତମାନ ସମୟରେ ଅରିଜିତ ସିଂହ ଓ ଶ୍ରେୟା ଘୋଷାଲଙ୍କ ଭଳି କଣ୍ଠଶିଳ୍ପୀ ପାକିସ୍ତାନୀମାନଙ୍କର ଖୁବ୍ ପସନ୍ଦ। କିନ୍ତୁ ପାକିସ୍ତାନରେ ଏବେ ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ଗୀତ ବାଜିବ ନାହିଁ। ଗତ ଗୁରୁବାର ପାକିସ୍ତାନ ପ୍ରସାରଣ ସଂଘ(ପିବିଏ) ସୂଚନା ଦେଇଛି ଯେ, ସେମାନେ ସେମାନଙ୍କ ରେଡିଓ ଷ୍ଟେସନଗୁଡ଼ିକରେ ବାଜୁଥିବା ସମସ୍ତ ଭାରତୀୟ ଗୀତକୁ ନିଷେଧ କରିଛନ୍ତି। ପାକିସ୍ତାନର ସୂଚନାମନ୍ତ୍ରୀ ଅତୁଲ୍ଲାହ ତରାର ଭାରତ ବିରୋଧରେ ପିବିଏର ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ସେ ପିବିଏର ସାଧାରଣ ସମ୍ପାଦକଙ୍କୁ ଏକ ପତ୍ର ଲେଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    36.2 ° C
    36.2 °
    36.2 °
    25 %
    3kmh
    27 %
    Mon
    35 °
    Tue
    39 °
    Wed
    42 °
    Thu
    44 °
    Fri
    43 °

    ସମ୍ବନ୍ଧିତ