Friday, June 19, 2026
37 C
Odisha

    ରକେଟ ଲଞ୍ଚ ବେଳେ ଭୟାବହ ବିସ୍ଫୋରଣ, ମହାକାଶ ମିଶନ ବାଧାପ୍ରାପ୍ତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଲଞ୍ଚ ବେଳେ ବ୍ଲୁ ଅରିଜିନ ରକେଟରେ ଭୟାବହ ବିସ୍ଫୋରଣ । ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ବ୍ଲୁ ଓରିଜିନ୍’ର ଲଞ୍ଚ ପ୍ୟାଡ୍ ରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଫ୍ଲୋରିଡାର କେପ କାନାଭେରାଲ୍ ସ୍ପେସ୍ ଫୋର୍ସ ଷ୍ଟେସନରେ ପରୀକ୍ଷଣ ବେଳେ ନ୍ୟୁ ଗ୍ଲେନ୍ ରକେଟରେ ବିସ୍ଫୋରଣ ହୋଇଥିଲ । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସମଗ୍ର ଅଞ୍ଚଳ କମ୍ପି ଉଠିବା ସହ ନିଆଁର ଏକ ବିରାଟ ପିଣ୍ଡୁଳା ଦେଖିବାକୁ ମିଳିଥିଲା । କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରକେଟ୍ ର ଇଞ୍ଜିନ୍ ଗ୍ରାଉଣ୍ଡ ଟେଷ୍ଟ ବେଳେ ଏହି ଅଘଟଣ ଘଟିଥିଲା ।

    ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି । ବ୍ଲାଷ୍ଟ ଯୋଗୁଁ ଲଞ୍ଚ ପ୍ୟାଡ୍ ର ବ୍ୟାପକ କ୍ଷତି ହୋଇଛି ଏବଂ ସେଠାରେ ଥିବା ଏକ ସୁରକ୍ଷା ଟାୱାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି । ଏହି ବିସ୍ଫୋରଣ ଯୋଗୁଁ ନାସାର ବହୁ ଗୁରୁତ୍ୱପୂର୍ଣ୍ଣ ମହାକାଶ ମିଶନ ବାଧାପ୍ରାପ୍ତ ହୋଇଛି । ଆସନ୍ତା ସପ୍ତାହରେ ଏହି ରକେଟ୍ ଜରିଆରେ ଆମାଜନ ଇଣ୍ଟରନେଟ୍ ସାଟେଲାଇଟ୍ ଲଞ୍ଚ କରିଥାନ୍ତା । ନାସାର ମୁନ ମିଶନ ସହ ଏହି ରକେଟ ଜଡିତ ଥିବାରୁ ଚନ୍ଦ୍ରକୁ ମାନବ ପଠାଇବା ପାଇଁ ଯୋଜନା ବିଳମ୍ବିତ ହୋଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37 ° C
    37 °
    37 °
    34 %
    2.8kmh
    57 %
    Fri
    35 °
    Sat
    38 °
    Sun
    38 °
    Mon
    38 °
    Tue
    37 °

    ସମ୍ବନ୍ଧିତ