Saturday, September 26, 2026
23.6 C
Odisha

    ପାକିସ୍ତାନର ଆକ୍ରମଣରେ ତାଲିବାନ ରକ୍ତମୁଖା : କହିଲେ ଆମର ସୁପର ପାୱାର ସହ ଲଢିବାର ଅଭିଜ୍ଞତା ଅଛି

    ଆଗକୁ ପଢନ୍ତୁ

    ପାକିସ୍ତାନୀ ଏୟାର ଷ୍ଟ୍ରାଇକ: ଆଫଗାନିସ୍ତାନର ଦୁଇଟି ଗ୍ରାମ ଉପରେ ପାକିସ୍ତାନ ବାୟୁସେନା ଆକ୍ରମଣ କରିଛି । ଏହି ଆକ୍ରମଣରେ କିଛି ମହିଳା ଏବଂ ଶିଶୁଙ୍କ ମୃତ୍ୟୁ ହୋଇଥିବା ଖବର ଆସୁଛି । ପାକିସ୍ତାନର ଆକ୍ରମଣରେ ତାଲିବାନ ରାଗି ରକ୍ତମୁଖା ହୋଇଯାଇଛି । ତାଲିବାନ ପାକିସ୍ତାନକୁ ଚେତାବନୀ ଦେଇ କହିଛି ଯେ ମହାଶକ୍ତିର ମୁକାବିଲା କରିବାରେ ଆମର ଅଭିଜ୍ଞତା ଅଛି, ଏହି ଆକ୍ରମଣର ପରିଣାମ ଗୁରୁତର ହୋଇପାରେ ।ଆଫଗାନିସ୍ତାନରେ ପାକିସ୍ତାନ ବାୟୁସେନା ଏକ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପାକିସ୍ତାନ ବାୟୁସେନା ତେହେରିକ-ଇ-ତାଲିବାନକୁ ଟାର୍ଗେଟ କରି ଉତ୍ତର ଏବଂ ଦକ୍ଷିଣ ୱାଜିରିସ୍ତାନ ନିକଟରେ ଦୁଇଟି ଭିନ୍ନ ଅଞ୍ଚଳରେ ଏୟାର ଷ୍ଟ୍ରାଇକ କରିଥିଲା । ଆଫଗାନିସ୍ତାନ ଗଣମାଧ୍ୟମ ଅନୁଯାୟୀ, ଏହି ଆକ୍ରମଣ ପାକ୍ଟିକା ପ୍ରଦେଶର ଲାମନରେ ଏବଂ ଖୋଷ୍ଟ ପ୍ରଦେଶର ପାସା ମେଲାରେ କରାଯାଇଥିଲା। ଖବର ଅନୁଯାୟୀ, ଟିଟିପି ସହ ଜଡିତ ଅବଦୁଲ୍ଲା ଶାହାଙ୍କ ଘରକୁ ପାକ୍ଟିକା ପ୍ରଦେଶରେ ଟାର୍ଗେଟ କରାଯାଇଛି । ଅବଦୁଲ୍ଲା ଶାହା ହେଉଛନ୍ତି ଟିଟିପି କମାଣ୍ଡର, ଟିଟିପି ସୂତ୍ର ମଧ୍ୟ ଏହି ଆକ୍ରମଣକୁ ନିଶ୍ଚିତ କରି କହିଛି ଯେ ଏହି ଆକ୍ରମଣରେ ଅବଦୁଲ୍ଲା ଶାହାଙ୍କ ଘର ଭାଙ୍ଗି ଧ୍ବଂସସ୍ତୂପରେ ପରିଣତ ହୋଇଛି। ପାକିସ୍ତାନର ଆଫଗାନିସ୍ତାନ ସୀମାରେ ପ୍ରବେଶ କରି ଏହି ଷ୍ଟ୍ରାଇକକୁ ତାଲିବାନ ସରକାର ଦୃଢ ନିନ୍ଦା କରିଛି ।ପାକିସ୍ତାନର ଏହି ପଦକ୍ଷେପକୁ ନିନ୍ଦା କରି ତାଲିବାନ ଆଫଗାନିସ୍ତାନର ସାର୍ବଭୌମତ୍ୱ ବିରୁଦ୍ଧରେ ଏହି ଆକ୍ରମଣ ବୋଲି କହିଛି । ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ଏକ ବିବୃତ୍ତିରେ କହିଛନ୍ତି, “ପାକିସ୍ତାନୀ ବିମାନ ଆଫଗାନିସ୍ତାନ ସୀମାରେ ଥିବା ସାଧାରଣ ନାଗରିକଙ୍କ ଘର ଉପରେ ବୋମାମାଡ଼ କରିଛି । ଯେଉଁଥିରେ ପାକ୍ଟିକା ପ୍ରଦେଶରେ ତିନିଜଣ ମହିଳା ଏବଂ ତିନି ଶିଶୁଙ୍କ ସମେତ ଛ’ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ଖୋଷ୍ଟରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
    ତାଲିବାନ ଚେତାବନୀ ଦେଇଛି

    ଆଫଗାନିସ୍ତାନ ସୀମା ମଧ୍ୟରେ ହୋଇଥିବା ଏୟାର ଷ୍ଟ୍ରାଇକ ଉପରେ ତାଲିବାନ ପାକିସ୍ତାନକୁ ଚେତାବନୀ ଦେଇ କହିଛି ଯେ ବିଶ୍ବର ମହାଶକ୍ତି ମାନଙ୍କ ସହ ଆମର ଲଢିବାର ଢେର ଅଭିଜ୍ଞତା ଅଛି । ଆମେ କାହାକୁ ଆମ ଅଞ୍ଚଳ ଉପରେ ଆକ୍ରମଣ କରିବାକୁ ଦେବୁ ନାହିଁ । ଏହାସହ ବିବୃତ୍ତିରେ ଲେଖାଯାଇଛି ଯେ ପାକିସ୍ତାନ ନିଜ ଦେଶର ପରିସ୍ଥିତି ପ୍ରତି ଧ୍ୟାନ ଦେବା ଆବଶ୍ୟକ, ପାକ୍ ସେନା ଦ୍ଵାରା ନିଆଯାଇଥିବା ଏ ପଦକ୍ଷେପ ଭୁଲ୍ ପରିଣାମ ଦେଇପାରେ ।

    ଦୂଇ ଦେଶ ମଧ୍ୟରେ ବିବାଦର କାରଣ କ’ଣ ?

    ୨୦୨୧ ମସିହାରେ ତାଲିବାନ ସରକାର କ୍ଷମତାକୁ ଆସିବା ପରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସୀମା ତିକ୍ତତା ବୃଦ୍ଧି ପାଇଛି ଏବଂ ଇସଲାମାବାଦ ଦାବି କରିଛି ଯେ ଆତଙ୍କବାଦୀ ଗୋଷ୍ଠୀ ପଡୋଶୀ ଦେଶରୁ ନିୟମିତ ଭାବେ ଆକ୍ରମଣ କରୁଛନ୍ତି। ଏହାର ଉତ୍ତରରେ ପାକିସ୍ତାନ ସେନାକୁ ସୀମା ପାର କରି ଅପରେସନ୍ କରିବାକୁ ପଡିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.6 ° C
    23.6 °
    23.6 °
    94 %
    1.4kmh
    11 %
    Sat
    23 °
    Sun
    29 °
    Mon
    30 °
    Tue
    30 °
    Wed
    29 °

    ସମ୍ବନ୍ଧିତ