Sunday, May 5, 2024
28.2 C
Odisha

    ପଚାରିଲେ, କାହିଁକି ରୋହିତଙ୍କ ପାଖରୁ ହଟାଗଲା ଅଧିନାୟକ ଦାୟିତ୍ୱ? ମୁହଁ ଖୋଲିଲେନି ହାର୍ଦ୍ଦିକ ପାଣ୍ଡ୍ୟା

    ଆଗକୁ ପଢନ୍ତୁ

    ରୋହିତଙ୍କ ସମ୍ପର୍କରେ ପଚାରିବାରୁ ଚୁପ୍ ରହିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍ ମାର୍କ ବାଉଚର । ଏକ ପ୍ରେସମିଟରେ ସାମ୍ବାଦିକ ରୋହିତ ଶର୍ମାଙ୍କଠାରୁ କାହିଁକି ଅଧିନାୟକ ଦାୟିତ୍ୱ ଫେରାଇ ନିଆଗଲା ବୋଲି ପ୍ରଶ୍ନ କରିବାରୁ, ଏହାର ଉତ୍ତର ନଦେଇ ଚୁପ୍ ରହିଛନ୍ତି ପାଣ୍ଡ୍ୟା ଓ ମାର୍କ ବାଉଚର । ଆଉ କିଛି ଦିନ ପରେ ଆଇପିଏଲ୍ ଆରମ୍ଭ ହେବାକୁ ଅଛି । ଏଥର ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ନଜର ଆସିବେ । ରୋହିତଙ୍କଠାରୁ ଟିମ୍ ମ୍ୟାନେଜମେଣ୍ଟ ଅଧିନାୟକ ଦାୟିତ୍ୱ ନେଇ ପାଣ୍ଡ୍ୟାଙ୍କୁ ଏହି ଦାୟିତ୍ୱ ଦେଇଛି । ତେବେ ଅଧିନାୟକ ଦାୟିତ୍ୱ ମିଳିବା ପରେ ପ୍ରଥମଥର ପାଇଁ ପ୍ରେସ୍ କନଫରେନ୍ସ କରିଥି ଲା ଦଳ । ଏହି ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ – କେଉଁ କାରଣ ପାଇଁ ରୋହିତ ଶର୍ମାଙ୍କଠାରୁ ମ୍ୟାନେଜମେଣ୍ଟ ଅଧିନାୟକ ଦାୟିତ୍ୱ ଛଡେଇ ନେଇ ପାଣ୍ଡ୍ୟାଙ୍କୁ କ୍ୟାପଟେନ୍ କରିବାର ନିଷ୍ପତ୍ତି ନେଲା? ଏହି ପ୍ରଶ୍ନରେ ହାର୍ଦ୍ଦିକ ପାଣ୍ଡ୍ୟା ଚୁପ୍ ରହିଥିଲେ ଆଉ କୌଣସି ବି ଉତ୍ତର ଦେଇନଥିଲେ । ତାଙ୍କ ସହିତ ଦଳର ହେଡ୍ କୋଚ୍ ମାର୍କ ବାଉଚର ମଧ୍ୟ ଏ ସମ୍ପର୍କରେ ଉତ୍ତର ରଖିବାକୁ ମନା କରିଥିଲେ । ତେବେ ଦଳ ସମ୍ପର୍କିତ ଅନ୍ୟ ପ୍ରଶ୍ନରେ ପାଣ୍ଡ୍ୟା କହିଥିଲେ ଯେ, ମାର୍ଚ୍ଚ ୧୮ ତାରିଖରୁ ମୁମ୍ବାଇ ଇଣ୍ଡିଆନ୍ସ ନିଜର ଅଭ୍ୟାସ ଆରମ୍ଭ କରିବ । ଯଦି ତାଙ୍କୁ କିଛି ବି ସାହାଯ୍ୟ ଦରକାର ପଡିବ, ତେବେ ସେ ନିଶ୍ଚୟ ରୋହିତଙ୍କ ସାହାଯ୍ୟ ନେବେ ବୋଲି କହିଛନ୍ତି ପାଣ୍ଡ୍ୟା ।

    ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ । ପ୍ରଥମ ପର୍ଯ୍ୟାୟରେ କେବଳ ୨୧ଟି ମ୍ୟାଚର ସିଡ୍ୟୁଲ ପ୍ରକାଶ ପାଇଛି । ୧୭ ଦିନ ଭିତରେ ଏହି ୨୧ଟି ମ୍ୟାଚ୍ ଖେଳାଯିବ । ଯାହାର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁହାଁମୁହିଁ ହେବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.2 ° C
    28.2 °
    28.2 °
    32 %
    0.9kmh
    21 %
    Sun
    43 °
    Mon
    44 °
    Tue
    41 °
    Wed
    35 °
    Thu
    41 °

    ସମ୍ବନ୍ଧିତ