Sunday, May 31, 2026
36.9 C
Odisha

    ପାକିସ୍ତାନ ଉପରେ କୂଟନୈତିକ ଆକ୍ରମଣ କରିବ ଭାରତ: ବିଭିନ୍ନ ଦେଶକୁ ଯିବେ ସାଂସଦ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ କୂଟନୈତିକ ଆକ୍ରମଣ ଆରମ୍ଭ କରିବା ଉଦ୍ଦେଶ୍ୟରେ ସବୁ ଦଳର ସାଂସଦଙ୍କ ଏକ ପ୍ରତିନିଧି ଦଳ ଅନ୍ତର୍ଜାତୀୟ ସ୍ତରରେ ଏକ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ଏହା ମାଧ୍ୟମରେ  ସାମ୍ପ୍ରତିକ ସଂଘର୍ଷ ଏବଂ ଏହି ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସମ୍ପର୍କରେ ବିଦେଶୀ ସରକାରମାନଙ୍କୁ ଅବଗତ କରାଯିବ। ମିଳିଥିବା ସୂଚନା ଅନୁଯାୟୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆସନ୍ତା ୨୨ ତାରିଖ ପରେ ଆରମ୍ଭ ହେବାକୁ ଥିବା ବିଦେଶ ଗସ୍ତକୁ ସଂଯୋଜନା କରୁଛନ୍ତି। ସାଂସଦମାନଙ୍କୁ ନିମନ୍ତ୍ରଣ ପଠାଯାଇସାରିଛି।

    ପ୍ରତି ପ୍ରତିନିଧିଦଳରେ ୫ରୁ ୬ ସାଂସଦ ରହିବେ, ଯେଉଁମାନେ ଆମେରିକା, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, କତର ଓ ୟୁନାଇଟେଡ ଆରବ ଏମିରେଟ୍ସ ସମେତ ବିଭିନ୍ନ ଦେଶ ଗସ୍ତ କରିବେ। ବରିଷ୍ଠ ସାଂସଦମାନଙ୍କୁ ଏହି ପ୍ରତିନିଧି ଦଳର ନେତୃତ୍ୱ ନେବାକୁ କୁହାଯାଇଛି ଏବଂ ମୁଖ୍ୟତଃ ଏନ୍‌ଡିଏ ସାଂସଦମାନଙ୍କୁ ଦାୟିତ୍ୱ ଦିଆଯାଇଛି।   ଏହି ପଦକ୍ଷେପ ବିଶ୍ୱ ମଞ୍ଚରେ ପାକିସ୍ତାନ ବିରୋଧରେ ଏକ ବଡ଼ କୂଟନୈତିକ ଓ ରାଜନୈତିକ ପ୍ରଭାବ ପକାଇବ ବୋଲି ସରକାର ଆଶା ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    36.9 ° C
    36.9 °
    36.9 °
    33 %
    3kmh
    20 %
    Sun
    36 °
    Mon
    40 °
    Tue
    40 °
    Wed
    41 °
    Thu
    42 °

    ସମ୍ବନ୍ଧିତ