Thursday, April 30, 2026
29.3 C
Odisha

    ପାତି ସୁନାପୁରଗ୍ରାମରେ ପୁଲିସ ଉପରକୁ ପଥର ମାଡ଼, ୨୨ ଗିରଫ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର;ପାତି ସୁନାପୁର ଠାକୁରାଣୀ ଯାତ୍ରାକୁ ନେଇ ଦୁଇ ଗୋଷ୍ଠୀମଧ୍ୟରେ ଛକାପଞ୍ଜା ଲାଗିରହିଛି । ଗୋଟିଏ ଗୋଷ୍ଠୀ ୧୧ତାରିଖରେ ଯାତ୍ରା କରିବାକୁ ଚାହୁଁଥିବା ବେଳେ ଅନ୍ୟ ଗୋଷ୍ଠୀ ଚଳିତମାସ ଶେଷ ଆଡୁ କରିବାକୁ ଯୋଜନା କରିଥିଲା । ଉଭୟଙ୍କ ଗୋଷ୍ଠୀ ମୁଁହାମୁହିଁ ହେବା ଯୋଗୁଁ ୧୧ତାରିଖରେ ଯାତ୍ରା ହୋଇନଥିଲା। କିନ୍ତୁ ପୂଜାର୍ଚ୍ଚନା ହୋଇଥିଲା । ଉକ୍ତ ଗ୍ରାମରେ ଗତ କାଲି ପ୍ରଶାସନ ପକ୍ଷରୁ ୧୬୩ ଲାଗୁ ହୋଇଥିଲା ।ଏଥିପାଇଁ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ । ହଠାତ ରାତିରେ ଗୋଟିଏ ଗୋଷ୍ଠୀର ଲୋକେମାନେ ମୁତୟନ ଥିବା ପୁଲିସ କର୍ମଚାରୀଙ୍କୁ ପଥର ଓ ବୋତଲ ମାଡ଼ କରିଥିଲେ । କିଛି ପୁଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଏହି ଘଟଣାରେ ପୁଲିସ ଗୋଟିଏ ଗୋଷ୍ଠୀର ପ୍ରାୟ ୨୨ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।ଏଥିରେ କିଛି ନାବାଳକ ରହିଥିବା ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.3 ° C
    29.3 °
    29.3 °
    35 %
    1.8kmh
    35 %
    Thu
    43 °
    Fri
    41 °
    Sat
    42 °
    Sun
    42 °
    Mon
    41 °

    ସମ୍ବନ୍ଧିତ