Wednesday, September 9, 2026
29.9 C
Odisha

    ପାରାଦୀପ ଠାରୁ ୭୩୦ କିମି ଦୂରରେ ଅଛି ବାତ୍ୟା; ମୁକାବିଲା ପାଇଁ ସରକାର ପ୍ରସ୍ତୁତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସାମ୍ଭାବ୍ୟ ବାତ୍ୟା ଅବପାତରେ ପରିଣତ ହୋଇଛି। ପାରାଦୀପ ଓ ପୁରୀଦେଇ ସମୁଦ୍ରକୁ ଯିବ ଅନୁମାନ କରାଯାଉଛି। ପାରାଦୀପ ଠାରୁ ୭୩୦ କିମି ଦୂରରେ ଅଛି ବାତ୍ୟା। ୧୧୦ କିମି ବେଗରେ ପବନ ବହିପାରେ। ଜିଲ୍ଲା ପ୍ରଶାସନ ସହ ସମ୍ପର୍କରେ ଅଛୁ। ୨୫୦ରିଲିଫ ସେଣ୍ଟର ଗ୍ରାଉଣ୍ଡ ଜିରୋରେ ତଦାରଖ ସରିଛି। ଆଶ୍ରୟସ୍ଥଳୀ ବାହାରେ ୫୦୦ରୁ ଉର୍ଦ୍ଧ୍ବ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇ ରହିଛି। ସ୍ଥାନାନ୍ତରିତ ହେବାକୁ ଥିବା ଲୋକଙ୍କ ଚିକିତ୍ସା, ରନ୍ଧା ଖାଦ୍ୟ, ଗର୍ଭବତୀ ମହିଳାଙ୍କ ତାଲିକା ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ କରିଛି। ୨୫ ତାରିଖ ସକାଳ ମହତ୍ୱପୂର୍ଣ୍ଣ ଦିନ । ଡାକବାଜି ଯନ୍ତ୍ରରେ ସଚେତନ କରାଯାଉଛି। ପୁଲିସ ପେଟ୍ରୋଲିଙ୍ଗ ହେବ। ଅବପାତ ପାଇଁ ଗ୍ରାଉଣ୍ଡ ଜିରୋରେ ସମସ୍ତ ପ୍ରସ୍ତୁତି ସରିଛି ବୋଲି ଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସବୁ ଜିଲ୍ଲାରେ ପଲିଥିନ ଗଛିତ ରଖାଯାଇଛି। ସବୁ ବନ୍ଦରକୁ ରେଡ ଆଲର୍ଟ ଜାରି ହୋଇଛି। ବାତ୍ୟାର ଦିଗ ବଦଳିଲେ ମୁକାବିଲା ପାଇଁ ସରକାର ପ୍ରସ୍ତୁତି କରିଛନ୍ତି। ୯ ଟି ଜିଲ୍ଲାରେ ରେଡ ଆଲର୍ଟ ଓ ବାକି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଯେଉଁ ମାନେ ବିଗତ ବାତ୍ୟା ସମୟରେ ଜିଲ୍ଲାପାଳ, ଏଡିଏମ ଓ ବିଡ଼ିଓ ଭାବେ କାର୍ଯ୍ୟ କରିଛନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ଯେଉଁ ବିଭାଗରେ ବି ସେମାନେ ଥିବେ ସେଠାରୁ ଆଣି ଭିନ୍ନଭିନ୍ନ ଜିଲ୍ଲାକୁ ଯିବେ। ରେଡ ଜୋନ ଜିଲ୍ଲା ପାରାଦୀପ ଠାରୁ ପୁରୀ ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲାକୁ ଏନଡିଆରଏଫ ଟିମ ବାହାରିସାରିଲେଣି। ରିଲିଫ ସେଣ୍ଟରରେ ପାୱାର ସପ୍ଲାଇ ପାଇଁ ପ୍ରସ୍ତୁତି ସରିଛି। ବାତ୍ୟା ସମୟରେ ହେବାକୁ ଥିବା ଲୋକାଲ ପରୀକ୍ଷା ସବୁ ବାତିଲ କରାଯିବ ବୋଲି ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    29.9 ° C
    29.9 °
    29.9 °
    71 %
    3.5kmh
    89 %
    Wed
    30 °
    Thu
    28 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ