Wednesday, December 24, 2025
12.2 C
Odisha

    ପାରାଲିମ୍ପିକ୍ସରେ ପଦକ ବିଜେତାଙ୍କ ପାଇଁ ପୁରସ୍କାର ଘୋଷଣା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ପ୍ୟାରିସ୍‌ ପାରାଲିମ୍ପିକ୍ସରେ ପଦକ ଜିତିଥିବା ସମସ୍ତ ଭାରତୀୟ ଖେଳାଳିଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ। କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ସ୍ବର୍ଣ୍ଣ ବିଜେତାଙ୍କୁ ୭୫ ଲକ୍ଷ, ରୌପ୍ୟ ବିଜେତାଙ୍କୁ ୫୦ ଲକ୍ଷ ଓ ବ୍ରୋଞ୍ଜ ବିଜେତାଙ୍କ ପାଇଁ ୩୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ସେହିପରି ମିକ୍ସଡ ଇଭେଣ୍ଟରେ ପଦକ ହାସଲ କରିଥିବା ଶୀତଲ ଦେବୀଙ୍କ ପରି ଆଥ୍‌ଲେଟଙ୍କୁ ୨୨.୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ। ସେହିପରି ଆଗାମୀ ୨୦୨୮ ଲସ୍‌ଏଞ୍ଜେଲ୍ସ ପାରାଲିମ୍ପିକ୍ସ ପାଇଁ ଆଥ୍‌ଲେଟମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ମାଣ୍ଡବ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଚଳିତ ସଂସ୍କରଣରେ ଭାରତ ୭ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୧୩ ବ୍ରୋଞ୍ଜ ପଦକ ସହ ମୋଟ ୨୯ ପଦକ ହାସଲ କରି ୧୮ତମ ସ୍ଥାନରେ ରହିଥିଲା। ଏହା ବ୍ୟତୀତ ଭାରତର ପାରାଲିମ୍ପିକ୍ସ ପଦକ ସଂଖ୍ୟା ୫୦ ଅତିକ୍ରମ କରିସାରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    12.2 ° C
    12.2 °
    12.2 °
    56 %
    1.3kmh
    20 %
    Wed
    27 °
    Thu
    27 °
    Fri
    27 °
    Sat
    28 °
    Sun
    28 °

    ସମ୍ବନ୍ଧିତ