Wednesday, March 11, 2026
22.7 C
Odisha

    ପିଏଚ୍‌ଡିସିସିଆଇ ରି‌ପୋର୍ଟ: କୋଭିଡ୍‌ ପରେ ଓଡ଼ିଶାରେ ୯% ଅଭିବୃଦ୍ଧି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ସାରା ବିଶ୍ବକୁ କବଳିତ କରିବା ଦ୍ବାରା ଅର୍ଥନୈତିକ କାର୍ଯ୍ୟକଳାପ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ମହାମାରୀର ପ୍ରଭାବ ଶେଷ ହେବା ପରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ିଥିଲେ। ୧୭ଟି ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୯ ପ୍ରତିଶତରୁ ଅଧିକ ରହିଥିଲା। ପିଏଚ୍‌ଡି ଚାମ୍ବର ଅଫ୍‌ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ପିଏଚ୍‌ଡିସିସିଆଇ)ର ଏକ ରିପୋର୍ଟ ଅନୁସାରେ ୨୦୨୧-୨୨ରୁ ୨୦୨୩-୨୪ ମଧ୍ୟରେ ୧୭ଟି ରାଜ୍ୟର ଅଭିବୃଦ୍ଧି ୯ ପ୍ରତିଶତ ଭଳି ଉତ୍ସାହଜନକ ରହିଛି।ସେହି ରାଜ୍ୟଗୁଡ଼ିକ ହେଉଛି ଗୁଜରାଟ, କେରଳ, ତେଲେଙ୍ଗାନା, ରାଜସ୍ଥାନ, ପଶ୍ଚିମବଙ୍ଗ, ବିହାର, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ହରିୟାଣା ଓ ଓଡ଼ିଶା। ଏହି ତିନି ଆର୍ଥିକ ବର୍ଷରେ ଶିଳ୍ପାୟନ ଓ ଖଣିଜ ସମ୍ପଦ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ରାଜ୍ୟଗୁଡ଼ିକ ଭିତରେ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ନାମ ରହିଛି। କୃଷି ଉତ୍ପାଦନରେ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶ ଆଗୁଆ ରହିଛନ୍ତି। ପ୍ରଯୁକ୍ତିରେ ଉନ୍ନତି ଆଣିବା କ୍ଷେତ୍ରରେ ମହାରାଷ୍ଟ୍ର, ଗୁଜରାଟ ଓ କର୍ଣ୍ଣାଟକର ପ୍ରଦର୍ଶନ ଭଲ ରହିଛି। ପର୍ଯ୍ୟଟନରେ କେରଳ, ରାଜସ୍ଥାନ ଓ ଗୋଆ ଭଲ ପ୍ରଦର୍ଶନ କରିଛନ୍ତି। ସେହିପରି ଭିତ୍ତିଭୂମି ବିକାଶରେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଆଗରେ ରହିଛନ୍ତି। ଅକ୍ଷୟ ଶକ୍ତିରେ ରାଜସ୍ଥାନ ଓ ଗୁଜରାଟ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଶିକ୍ଷା ଓ ସ୍ବାସ୍ଥ୍ୟ ସେବାରେ କେରଳ ଓ ତାମିଲନାଡୁ ଉଲ୍ଲେଖନୀୟ ମାନଦଣ୍ଡ ଧାର୍ଯ୍ୟ କରିଥିବା ରିପୋର୍ଟରେ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    69 %
    2.1kmh
    0 %
    Tue
    23 °
    Wed
    37 °
    Thu
    37 °
    Fri
    39 °
    Sat
    40 °

    ସମ୍ବନ୍ଧିତ