Wednesday, September 16, 2026
24.5 C
Odisha

    ପିଏମଶ୍ରୀ ଧାମରା ନୋଡାଲ ଉଚ୍ଚ ବିଦ୍ୟାଳୟରେ କ୍ରୀଡା ଉତ୍ସବ

    ଆଗକୁ ପଢନ୍ତୁ

    ଧାମରା : ଧାମରାରେ ଥିବା ପିଏମଶ୍ରୀ ଧାମରାଇ ନୋଡାଲ ଉଚ୍ଚ ବିଦ୍ୟାଳୟରେ କ୍ରୀଡା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଲୟ ଖେଳ ପଡ଼ିଆରେ ହୋଇଥିବା ଖେଳ ଉତ୍ସବରେ ଖେଳ ଶିକ୍ଷକ ରାମ ଚନ୍ଦ୍ର ମାରାଣ୍ଡି ୩ ଦିନ ଧରି ହୋଇଥିବା ଖେଳକୁ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଟୁନା ମହାଳିକ କ୍ରୀଡା ପତାକାକୁ ଉତ୍ତୋଳନ ସହ ଅବତରଣ ମଧ୍ୟ କରିଥିଲେ।ଏହି କ୍ରୀଡା ଉତ୍ସବରେ ୨୨ ପ୍ରକାର ଖେଳକୁଦରେ ଶତାଧିକ ପ୍ରତିଯୋଗୀ ନିଜ ନିଜର ପାରଦର୍ଶିତା ଦେଖାଇଥିଲେ। ଏହି ଅବସରରେ ହୋଇଥିବା ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟୁନା ମହାଳିକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଧାମରା ମେଡିକାଲର ଡାକ୍ତର ଜନ୍ମେଞ୍ଜୟ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବାବେଳେ ସିଆରସିସି ରଞ୍ଜିତ କୁମାର ଜେନା, ମୋ ସ୍କୁଲ ଅଭିଯାନର ସଭାପତି ନରହରି ମଲିକ, ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ବିକାଶ କୁମାର ଜେନା ପ୍ରମୁଖ ମଞ୍ଚାସୀନ ଥିଲେ। ମନୀଷା ମହାଳିକ ବେଦପାଠ କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ଶ୍ରୀପତି ଦାସ। କ୍ରୀଡା ଶିକ୍ଷକ ରାମଚନ୍ଦ୍ର ମାରାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ। ଖେଳ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ପୁରସ୍କାର ବିତରଣ ଉତ୍ସବକୁ ଖେଳ ଶିକ୍ଷକ ରାମଚନ୍ଦ୍ର ମାରାଣ୍ଡି ପରିଚାଳନା କରିଥିଲେ।

    ବିଦ୍ୟାଳୟର ଶିକ୍ଷକ ରାମଚନ୍ଦ୍ର ମାରାଣ୍ଡି, ମନୀଷା ମହାଳିକ, ଗିରିଜା ଶଙ୍କର ଆଚାର୍ଯ୍ୟ. ସନ୍ତୋଷ ଜେନା, ମୋନାଲିସା ଜେନା, ଶୁକୁମାରୀ ସିଂ, କୁସୁମଲତା ସେଠୀ, ସ୍ୱାତୀ ଶୁଭରେଖା ମହାନ୍ତି, ଚିରଞ୍ଜିବ ମଲିକ, ଅଜୟ ନାୟକ, ସୁଶୀଳା କର, ଜ୍ୟୋତ୍ସାପ୍ରଭା ସାହୁ, କନକଲତା ପଣ୍ଡା, କାହ୍ନୁ ଚରଣ ଟୁଡୁ, ମନୁ ର୍ମୁର୍ମୁ, ହୃଶିକେଶ, ଅଶୋକ କୁମାର ବିଶ୍ୱାଳ, ପ୍ରଶାନ୍ତ ଦାସ, ସୁଶାନ୍ତ କୁମାର ଗିରି ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.5 ° C
    24.5 °
    24.5 °
    86 %
    1kmh
    38 %
    Wed
    31 °
    Thu
    31 °
    Fri
    28 °
    Sat
    30 °
    Sun
    31 °

    ସମ୍ବନ୍ଧିତ