Friday, April 17, 2026
42.1 C
Odisha

    ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା

    ଆଗକୁ ପଢନ୍ତୁ

    ଛତ୍ରପୁର  : ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କୋରାପୁଟରୁ ପିକ୍‌ନିକ୍‌ ସାରି ନିମାପଡ଼ା ଫେରୁଥିବାବେଳେ ଏକ କାର୍‌ ଛତ୍ରପୁର ଜାତୀୟ ରାଜପଥ ଏକାମ୍ରମନଗର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ବସିଥିବା ୧୩ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆଜି ସକାଳେ ନିମାପଡ଼ା ଅଞ୍ଚଳର ଏକ ଗାଡ଼ିରେ ୧୩ ଜଣ ଯାତ୍ରୀ କୋରାପୁଟ ପିକ୍‌ନିକ୍‌ କରି ନିଜ ଅଞ୍ଚଳକୁ ଫେରୁଥିବାବେଳେ ଡ୍ରାଇଭରଙ୍କ ଆଖି ପଡ଼ିଯିବାରୁ ଜାତୀୟ ରାଜପଥକୁ ଧକ୍କା ଦେଇଥିଲା। ଗାଡ଼ିର ଆଗ ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ କେହି ବି ଆହତ ହୋଇନାହାନ୍ତି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    42.1 ° C
    42.1 °
    42.1 °
    9 %
    4.5kmh
    38 %
    Fri
    41 °
    Sat
    43 °
    Sun
    44 °
    Mon
    44 °
    Tue
    43 °

    ସମ୍ବନ୍ଧିତ