Friday, May 1, 2026
24.6 C
Odisha

    ପୀତବାସ ପଣ୍ଡା ହତ୍ୟା ମାମଲା: ପରିଚାଳନା କରିବେ ଦୁଇ ବରିଷ୍ଠ ସରକାରୀ ଓକିଲ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର   :    ବ୍ରହ୍ମପୁରର ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାର ପରିଚାଳନା କରିବେ ଦୁଇ ଜଣ ବରିଷ୍ଠ ସରକାରୀ ଓକିଲ । ଏନେଇ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ବ୍ରହ୍ମପୁର ଏସପି । ସରକାରଙ୍କ ତରଫରୁ ବ୍ରହ୍ମପୁର କୋର୍ଟରେ କେସ୍‌ ପରିଚାଳନା ପାଇଁ ହାଇକୋର୍ଟରେ କାର୍ଯ୍ୟରତ ତଥା ସିବିଆଇର ଆଇନ ପରାମର୍ଶଦାତା ରହିଥିବା ବରିଷ୍ଠ ଆଇନଜୀବୀ କାଳୀଚରଣ ମିଶ୍ର ଓ ବରିଷ୍ଠ ଆଇନଜୀବୀ ଅବିନାଶ ପାଢୀଙ୍କୁ ନିଯୁକ୍ତି ଦେବା ପାଇଁ ବ୍ରହ୍ମପୁର ଏସପି, ଓଡ଼ିଶା କ୍ରାଇମବ୍ରାଞ୍ଚ ଡିଜିଙ୍କୁ ପତ୍ର ଲେଖି ନିବେଦନ କରିଛନ୍ତି ।

    ଏହା ଏକ ସମ୍ବେଦନ ଶୀଳ ମାମଲା ହୋଇଥିବାରୁ ଏମାନଙ୍କୁ ନିଯୁକ୍ତି ପାଇଁ ଗୃହ ବିଭାଗକୁ ସୁପାରିଶ ପାଇଁ ଜଣାଇଛନ୍ତି । ଏହି ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ମୋଟ ୧୪ଜଣ ଗିରଫ ହୋଇଛନ୍ତି । ବିକ୍ରମ ପଣ୍ଡାଙ୍କ ପାଇଁ ୫୪ଜଣ ଓକିଲ ଲଢିବେ ବୋଲି କୁହାଯାଇଥିଲା । ଏହାକୁ ନେଇ ବ୍ରହ୍ମପୁର ଏସପି ଏବେ ବରିଷ୍ଠ ଆଇନଜୀବୀଙ୍କୁ ନିୟୋଜିତ କରିବାକୁ ନିବେଦନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.6 ° C
    24.6 °
    24.6 °
    70 %
    0.9kmh
    43 %
    Fri
    38 °
    Sat
    41 °
    Sun
    42 °
    Mon
    39 °
    Tue
    35 °

    ସମ୍ବନ୍ଧିତ