Tuesday, May 12, 2026
38.8 C
Odisha

    ପୁଅର ଶାବଳ ମାଡ଼ରେ ବାପା ମୃତ, ମା’ ଗୁରୁତର

    ଆଗକୁ ପଢନ୍ତୁ

    ସମ୍ବଲପୁର : ପୁଅର ଶାବଳ ମାଡ଼ରେ ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ମା’ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ମା’ଙ୍କୁ ସଦର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସମ୍ବଲପୁର ଜିଲ୍ଲା ଯୁଜୁମୁରା ଥାନା ଝାଙ୍କରପାଲି ତୁରୀପଡ଼ା ଗ୍ରାମରେ ଏହିି ଅଭାବନୀୟ ଘଟଣା ଘଟିଛି। ପୁଅ ମାନସିକ ବିକୃତ ହୋଇଥିବା ସୂଚନା ମିଳିଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି। ପାରିବାରିକ କଳହକୁ କେନ୍ଦ୍ର କରି ବୃଦ୍ଧ ବାପା-ମା’ଙ୍କୁ ପୁଅ ଏକ ଲୁହାରଡ୍‌ରେ ନିସ୍ତୁକ ମାଡ଼ ମାରିଛି। ଏଥିରେ ବାପାଙ୍କର ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଯୁଯୁମୁରା ଥାନା ଝାଙ୍କରପାଲି ପଞ୍ଚାୟତ ତୁରିପଡ଼ା ଗାଁରେ ଏହି ନୃଶଂସ କାଣ୍ଡ ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ହେଲେ ଗୟା ମଲ୍ଲିକ(୮୦)। ଗୁରୁତର ଆହତ ମା’ ଉକିଆ ମଲ୍ଲିକ(୭୨) ବୋଲି ଜଣାପଡ଼ିଛି। ଅଭିଯୁକ୍ତ ବାଳକୃଷ୍ଣ(୪୦)କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    38.8 ° C
    38.8 °
    38.8 °
    20 %
    1.6kmh
    34 %
    Tue
    38 °
    Wed
    41 °
    Thu
    43 °
    Fri
    45 °
    Sat
    44 °

    ସମ୍ବନ୍ଧିତ