Friday, September 18, 2026
26.3 C
Odisha

    ପୁଣି ଆଳୁ ଟେନସନ୍, କିଲୋ ପିଛା ୧୦ ଟଙ୍କା ବଢିଲା ଦର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପୁଣି ଆଳୁ ଟେନସନ୍। କିଲୋ ପିଛା ୧୦ ଟଙ୍କା ବଢିଲା ରେଟ୍। ଗୋଟିଏ ପ୍ୟାକେଟ୍ ପିଛା ୪ଶହ ଟଙ୍କା ଦର ବଢିଛି। ୪ ଦିନ ପୂର୍ବରୁ ଯେଉଁ ୪୦କେଜି ଆଳୁ ପ୍ୟାକେଟ ଦର ୮ଶହ ଟଙ୍କା ଥିଲା ବର୍ତ୍ତମାନ ସେହି ଆଳୁ ପ୍ୟାକେଟ ଦର ୧୨ଶହ ଟଙ୍କାରେ ପହଞ୍ଚିଛି। ଏହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ଉପରେ ପଡିଛି। ପରିବା ଓ ଖୁଚୁରା ବେପାରୀ ଆଳୁ କେଜି ୩୦ ଟଙ୍କାରେ ବିକ୍ରି କରୁଥିଲେ।

    କିନ୍ତୁ ପ୍ୟାକେଟ ପିଛା ୪ଶହ ଟଙ୍କା ବଢିବା ଦ୍ବାରା ବର୍ତ୍ତମାନ ପରିବ ବ୍ୟବସାୟୀ ଏବଂ ଖୁଚୁରା ବେପାରୀ ଆଳୁ କେଜି ୪୦ ଓ ୪୫ ଟଙ୍କାରେ ବିକ୍ରି କରୁଛନ୍ତି। ସାଧାରଣ ନିର୍ବାଚନ ପରେ ହଠାତ ବଜାରରେ ଆଳୁ ସଙ୍କଟ ଦେଖାଦେବାରୁ କେଜି ୫୦ରୁ ୬୦ଟଙ୍କା ଛୁଇଁଥିଲା। ଏଭଳି ପରିସ୍ଥିତି ସ୍ବାଭାବିକ କରିବାକୁ ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରିଥିଲେ।

    ତଥାପି ରାଜ୍ୟରେ ଆଳୁ ଦର ନିୟନ୍ତ୍ରଣକୁ ଆସିପାରିଲା ନାହିଁ। ବର୍ତ୍ତମାନ ସ୍ଥିତି ହେଉଛି ଓଡ଼ିଶାକୁ ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଆଳୁ ଆସୁଛି। ହେଲେ ପରିବହନ ଖର୍ଚ୍ଚ ଅଦିକ ପଡୁଥିବାରୁ ଦର ବୃଦ୍ଧି ପାଉଥିବା ବ୍ୟବସାୟୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.3 ° C
    26.3 °
    26.3 °
    84 %
    0.4kmh
    100 %
    Fri
    27 °
    Sat
    31 °
    Sun
    31 °
    Mon
    29 °
    Tue
    30 °

    ସମ୍ବନ୍ଧିତ