Wednesday, October 14, 2026
26.2 C
Odisha

    ସାଥୀ ଡାକ୍ତରଙ୍କ ଦ୍ବାରା ବଏଜ ହ‌ଷ୍ଟେଲରେ ଡାକ୍ତରାଣୀ ଦୁଷ୍କର୍ମର ଶିକାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ୱାଲିଅର ମେଡିକାଲ କଲେଜର ବଏଜ ହଷ୍ଟେଲରେ ଜଣେ ଜୁନିୟର ଡାକ୍ତରାଣୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୀଡ଼ିତା ଜୁନିଅର ଡାକ୍ତରାଣୀଙ୍କ ବୟସ ୨୫ବର୍ଷ ଥିବା ଜଣାପଡ଼ିଛି। ଡାକ୍ତରାଣୀ ରବିବାର ସନ୍ଧ୍ୟାରେ ଗ୍ୱାଲିଅରର କମ୍ପୁ ପୁଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରି କରିଥିଲେ, ‘ମୁଁ ଏମବିବିଏସର ଶେଷ ବର୍ଷର ବ୍ୟାକ ଥିବା ପେପରର ପରୀକ୍ଷା ଦେବା ପାଇଁ ଦାତିୟାରୁ ଗ୍ୱାଲିଅର ଆସିଥିଲି। ପରୀକ୍ଷା ଶେଷହେବାପରେ ଗ୍ୱାଲିଅରରେ ପଢ଼ୁଥିବା ମୋର ଜଣେ ସାଥୀ ଡାକ୍ତର
    ସଞ୍ଜୟ କୁମାର ଇଭାନେଙ୍କୁ ଭେଟିଥିଲି। କିଛି ସମୟ ସେ ମୋ ସହ କଥା ହେବାପରେ ମୋତେ ପୁରୁଣା ବଏଜ ହଷ୍ଟେଲରେ ଥିବା ତାଙ୍କ କୋଠରିକୁ ନେଇ ଯାଇଥିା‌ଲେ। ସେଠାରେ ମୋତେ ହତ୍ୟା ପାଇଁ ଧମକ ଦେଇ ଦୁଷ୍କର୍ମ କରିଥିଲେ। ମୁଁ ବହୁତ କଷ୍ଟରେ ତାଙ୍କ କବଳରୁ ମୁକୁଳି ଆସି ଲୋକଲଜ୍ଜାକୁ ଖାତିର ନକରି ପୁଲିସରେ ଅଭିଯୋଗ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ