Friday, May 1, 2026
35.8 C
Odisha

    ପୁଣି ଏକ ଦନ୍ତାର ମୁତ୍ୟୁ: ବିଦ୍ୟୁତ୍‌ ତାର‌ ଲାଗି ଆଖିବୁଜିଲା କି ହାତୀ?

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼ ଜିଲ୍ଲାରେ ଶନିବାର ସକାଳୁ ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିବା ବେଳେ ଆଜି ସମ୍ବଲପୁର ଜିଲ୍ଲାରେ ସମାନ ପ୍ରକାର ଅଘଟଣ ଘଟିଛି। ସମ୍ବଲପୁର ଜିଲ୍ଲା ସଦର୍ ରେଞ୍ଜ ଅନ୍ତର୍ଗତ ଲବଡେରା ବୋଲବଙ୍ଗା ସଂରକ୍ଷିତ ଜଙ୍ଗଲ ଖସୁଆପାଲି ନିକଟରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି। ବିଦ୍ୟୁତ୍ ଆଘାତରେ ହାତୀର ମୁତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ବନ ବିଭାଗର ଅଧିକାରୀମାନେ ଘଟଣାର ତଦନ୍ତ ଜାରି ରଖିଛନ୍ତି।

    ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜଳପୁର ଫରେଷ୍ଟ ରେଞ୍ଜର ବି କରୁଆବାହାଲ ଗାଁ ନିକଟରେ ଶନିବାର ଏକ ଆହତ ଦନ୍ତାର ସାଢ଼େ ୧୦ଟା ବେଳକୁ ମୃତ୍ଯୁ ହୋଇଥିଲା। ସକାଳେ ଏକ ଆହତ ଦନ୍ତା ଠାବ କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ହାତୀକୁ ବୋମା ମାଡ଼ ହୋଇଥିଲା, ଯାହା ଫଳରେ ହାତୀ ଶୁଣ୍ଢରେ ଗଭୀର ଆଘାତ ଲାଗିଥିଲା। ଆହତ ହାତୀ ଗାଁ ମୁଣ୍ଡରେ ଘୁରି ବୁଲୁଥିବା ଦେଖି ଗାଁଲୋକେ ବନ ବିଭାଗକୁ ସୂଚନା ଦେଲା ପରେ ବନ ବିଭାଗ ଡ୍ରୋନ ସାହାଯ୍ୟରେ ଦନ୍ତା ହାତୀର କ୍ଷତ ଚିହ୍ନଟ କରିବା ପାଇଁ ପ୍ରୟାସ କରୁଥିଲା। କ୍ଷତ ଚିହ୍ନଟ ହେଲା ପରେ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଡିଏଫ୍ ଓ କହିଥିଲେ।

    ଆହତ ହାତୀ ଗାଁ ମୁଣ୍ଡରେ ଘୁରି ବୁଲୁଥିବା ଦେଖି ଲୋକେ ବନ ବିଭାଗକୁ ସୂଚନା ଦେଲା ପରେ ବନ ବିଭାଗ ଡ୍ରୋନ ସାହାଯ୍ୟରେ ଦନ୍ତାହାତୀର କ୍ଷତ ଚିହ୍ନଟ କରିବା ପାଇଁ ପ୍ରୟାସ କରୁଥିଲା। କ୍ଷତ ଚିହ୍ନଟ ହେଲା ପରେ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଡିଏଫ୍ ଓ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.8 ° C
    35.8 °
    35.8 °
    29 %
    3.2kmh
    28 %
    Fri
    40 °
    Sat
    41 °
    Sun
    41 °
    Mon
    40 °
    Tue
    36 °

    ସମ୍ବନ୍ଧିତ