Monday, October 12, 2026
22.9 C
Odisha

    ଆଜିଠୁ LPG ବୁକିଂ ପାଇଁ ନୂଆ ନିୟମ

    ଆଗକୁ ପଢନ୍ତୁ

    ଆଜିଠୁ LPG ବୁକିଂ ପାଇଁ ନୂଆ ନିୟମ । ଗ୍ୟାସ କଳାବଜାରୀ ରୋକିବା ଏବଂ ସାଧାରଣ ଗ୍ରାହକଙ୍କୁ ସଠିକ୍ ସମୟରେ ସିଲିଣ୍ଡର ଯୋଗାଇଦେବା ଏହାର ମୁଖ୍ଯ ଉଦ୍ଦେଶ୍ୟ । ନୂଆ ନିୟମରେ ସିଲିଣ୍ଡର ବୁକିଂ ମଧ୍ୟରେ ବ୍ୟବଧାନ ରହିଛି । ଇଚ୍ଛା କଲେ ତୁରନ୍ତ ଦ୍ୱିତୀୟ ସିଲିଣ୍ଡର ବୁକିଂ ହବ ନାହିଁ । ସହରାଞ୍ଚଳରେ ଦୁଇଟି ସିଲିଣ୍ଡର ବୁକିଂ ମଧ୍ୟରେ ଅତି କମରେ ୨୫ ଦିନ ଏବଂ ଗ୍ରାମାଞ୍ଚଳରେ ୪୫ ଦିନର ବ୍ୟବଧାନ ରହିବା । ଏହି ସମୟ ପୂର୍ବରୁ ଆପ୍ ବା ପୋର୍ଟାଲରେ ବୁକିଂ ହେବ ନାହିଁ । ସିଲିଣ୍ଡର ଡେଲିଭରି ସମୟରେ OTP ବା DAC ବାଧ୍ୟତାମୂଳକ ।

    ଆଜିଠାରୁ IOCL, BPCL, HPCL ଭଳି ଗ୍ୟାସ୍ କମ୍ପାନୀ ପକ୍ଷରୁ ନୂଆ ଦର ଘୋଷଣା ହୋଇପାର ।  ଯୁଦ୍ଧ ପରଠାରୁ ଘରୋଇ ସିଲିଣ୍ଡର ପିଛା ପ୍ରାୟ ୬୦ ଟଙ୍କା ବୃଦ୍ଧି ପାଇଛି । ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ କିମ୍ବା ଏପର୍ଯ୍ୟନ୍ତ eKYC କରିନଥିଲେ ସବସିଡି ଟଙ୍କା ବନ୍ଦ ହୋଇଯାଇପାରେ। ଯେଉଁ ଅଞ୍ଚଳରେ ପାଇପ୍ ଯୋଗେ PNG ସୁବିଧା ମିଳୁଛି, ସେଠାରେ LPG ସଂଯୋଗ ଧୀରେ ଧୀରେ ବନ୍ଦ କରାଯିବ। ସୁବିଧା ଥାଇ ବି PNG ନନେଲେ ୩ ମାସ ପରେ LPG ସିଲିଣ୍ଡର ମିଳିବା ବନ୍ଦ ହୋଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.9 ° C
    22.9 °
    22.9 °
    80 %
    1.3kmh
    0 %
    Sun
    23 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ