Wednesday, October 14, 2026
26.2 C
Odisha

    ପୂର୍ବ ସରକାର ସମୟରେ ଓଡ଼ିଶା ଅଭିଶପ୍ତ ଥିଲା: ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ୭୬ ସାଧାରଣତନ୍ତ୍ର ଦିବସ ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଥିବାବେଳେ ଦଳର ବରିଷ୍ଠ ନେତୃତ୍ୱମାନେ ଉପସ୍ଥିତ ଥିଲେ।

    ଏହି ଅବସରରେ ମନମୋହନ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ଶାସନର ପରିବର୍ତ୍ତନ ହୋଇଛି। ପୂର୍ବରୁ ଲୋକେ କହୁଥିଲେ ଓଡିଶା ଅଭିଶପ୍ତ ରହିଛି। ଏଥର ଆମକୁ ସୁଯୋଗ ମିଳିଛି ଆମେ ସମସ୍ତେ ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ କରିବୁ।

    ଲୋକେ ୨୪ ବର୍ଷ ଶାସନଠାରୁ ମୁହଁ ବୁଲେଇଛନ୍ତି। ଆମକୁ ଦାୟିତ୍ଵ ଦେଇଛନ୍ତି। ଆଜି ଓଡିଶାରେ ଗଣତାନ୍ତ୍ରିକ ବ୍ୟବସ୍ଥା ଆରମ୍ଭ ହୋଇଛି।

    ରାଜନୈତିକ ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ପାଇଁ ଆମେ ସକଳ୍ପ ନେଇଥିଲୁ ଏବଂ କରିଛୁ । ଚାଷୀଙ୍କୁ ଟଙ୍କା, ସୁଭଦ୍ରା ଯୋଜନା, ଭତ୍ତା ଏ ସବୁ ଲୋକଙ୍କ ପାଖେ ପହଞ୍ଚାଉଛୁ। ଲୋକଙ୍କ ବିକାଶ କଲେ ଲୋକ ବିଜେପିକୁ ଭୋଟ ଦେଇଥିବାରୁ ଗର୍ବ କରିବେ। ଚାଷୀଙ୍କୁ ସହାୟତା ଦିଆଯାଇଛି ପ୍ରତିଶ୍ରୁତି ଶିକ୍ଷା ଓଡ଼ିଶାର ମେରୁଦଣ୍ତ, ଯାହାକୁ ଆମେ ଗୁରୁତ୍ବ ପ୍ରଦାନ କରିଛୁ। ଆମ ପାଖେ ଯୋଗ୍ୟ ମାନବ ସମ୍ବଳ, ଖଣିଜ ସମ୍ପଦ, ଚିଲିକା , ପର୍ଯ୍ୟଟନ ଅଛି। କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇ ମନ ମୋହନ କହିଛନ୍ତି ଓଡ଼ିଶାରେ କୋଷ୍ଟାଲ ହାଇ ୱେ ନିର୍ମାଣ ହୋଇଛି, ବାତ୍ୟା ମୁକାବିଲା ପାଇଁ ଏହା ସହଜ ହେବ।କୃଷି ଭିତ୍ତିକ ଓଡିଶାକୁ ଆହୁରି ଆଗକୁ ନେବା ପାଇଁ କେନ୍ଦ୍ର ସରକାର ସୁଯୋଗ ଦେଉଛନ୍ତି। ପରିବର୍ତ୍ତନ କରିଛନ୍ତି ସାଧାରଣ ଲୋକେ ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥ। ଯୁବବର୍ଗମାନେ ଓଡିଶାକୁ ବିକଶିତ ଓଡିଶା ଗଠନ କରିବା ପାଇଁ ସଂକଳ୍ପ ନିଅନ୍ତୁ  ବୋଲି ମନମୋହନ ସାମଲ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ