Monday, December 15, 2025
13.9 C
Odisha

    ପୁଣି ଓଡ଼ିଶାର ଶିଳ୍ପ ସ୍ବପ୍ନକୁ ବଡ଼ ଝଟକା, ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଚାଲିଯିବ ନିପ୍ପନ ଷ୍ଟିଲ୍

    ଆଗକୁ ପଢନ୍ତୁ

    ପୁଣି ଓଡ଼ିଶାର ଶିଳ୍ପ ସ୍ବପ୍ନକୁ ବଡ଼ ଝଟକା। ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଚାଲିଯିବ ନିପ୍ପନ ଷ୍ଟିଲ୍। ଏନେଇ ସୂଚନା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା। ପ୍ରତାପ କହିଛନ୍ତି, ବିଜେପି ସରକାର ଆସିବା ପରେ ସବୁ ଆଶା ଭାଙ୍ଗିଯାଉଛି। ପ୍ରଥମେ JSW ଇଭି ପ୍ରକଳ୍ପକୁ ଓଡ଼ିଶାରୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିଦିଆଗଲା। ଆଉ ଏବେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲକୁ ଆନ୍ଧ୍ରପ୍ରଦେଶକୁ ସ୍ଥାନାନ୍ତର କରାଯାଉଛି । ଯାହାକି ଓଡ଼ିଶା ତଥା କେନ୍ଦ୍ରାପଡ଼ାରେ ବଡ଼ ପ୍ରକଳ୍ପର ସମ୍ଭାବନାକୁ ପ୍ରଭାବିତ କରିପାରେ। ଏହା କେନ୍ଦ୍ରାପଡାର ଲୋକଙ୍କ ପାଇଁ ଚାକିରି ଏବଂ ଓଡ଼ିଶାର ଆର୍ଥିକ ଆଗ୍ରଗତି ପାଇଁ ଏକ ବଡ଼ କ୍ଷତି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗତ ୨୫ ବର୍ଷରେ ଓଡ଼ିଶା ଜଣେ ଶକ୍ତିଶାଳୀ ଔଦ୍ୟୋଗିକ ରାଜ୍ୟ ହୋଇପାରିଛି। କେନ୍ଦ୍ରାପଡାକୁ ନିପ୍ପନ ଷ୍ଟିଲ କାରଖାନା ପ୍ରକଳ୍ପ ଆସିଥିଲେ ଏଠାର ଆର୍ଥିକ ଉନ୍ନତି ଓ ହଜାର ହଜାର ଚାକିରି ସୃଜନର ସମ୍ଭାବନା ଥିଲା । ନବୀନ ନିଜେ ନିପ୍ପନ କାରଖାନାକୁ ଯାଇ ନିବେଶ ପାଇଁ ପକ୍କା ପ୍ରତିଶୃତି ଆଣିଥିଲେ । ହେଲେ ବିଜେପି ସରକାର ଆସିବା ପରେ ସବୁ ଆଶା ଭାଙ୍ଗିଯାଇଛି। ଏହି କି ପ୍ରକାର ଓଡ଼ିଆ ଅସ୍ମିତା ଯାହାକୁ ବିଜେପି ପ୍ରତିଜ୍ଞା କରିଥିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରତାପ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.9 ° C
    13.9 °
    13.9 °
    59 %
    1.1kmh
    0 %
    Mon
    28 °
    Tue
    28 °
    Wed
    28 °
    Thu
    27 °
    Fri
    26 °

    ସମ୍ବନ୍ଧିତ