Wednesday, September 30, 2026
22.9 C
Odisha

    ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ସରକାରଙ୍କ ପ୍ରତାରଣା : ନଭେମ୍ବର ହେଲାଣି ମିଳିଲାନି ଗହମ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଅକ୍ଟୋବର ମାସରୁ ରାସନ୍ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ। ୧:୫ ଅନୁପାତରେ ହିତାଧିକାରୀଙ୍କୁ ଗହମ ଯୋଗାଣ କରାଯବ ବୋଲି ଘୋଷଣା କରିଥିଲେ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଚାଉଳ ସହ ଗହମ ପ୍ରଦାନକୁ ଯଥାଯଥ ସାବ୍ୟସ୍ତ କରିବା ନିମନ୍ତେ ମନ୍ତ୍ରୀ ସେତେବେଳେ ରାଜ୍ୟର ଲୋକମାନଙ୍କର ମଧୁମେହ ରୋଗ ବୃଦ୍ଧି କଥା ଉଲ୍ଲେଖ କରିଥିଲେ। ରାଜ୍ୟରେ ଗହମ ଓ ଗହମଜାତ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟୁଥିବାରୁ ହିତାଧିକାରୀମାନେ ଏଥିରେ ଆଶ୍ୱସ୍ତ ହୋଇଥିଲେ। ମାତ୍ର ଅକ୍ଟୋବର ମାସ ଯାଇ ନଭେମ୍ବର ହେଲା, ହେଲେ ରାଜ୍ୟର ରାସନ୍ କାର୍ଡ ହିତାଧିକାରୀଙ୍କୁ ଗହମ ମିଳିଲା ନାହିଁ। ଯୋଗାଣ ମନ୍ତ୍ରୀଙ୍କ ‘ଆଳୁ ଟ୍ରେନ୍‌’ ବାଟରେ ଅଟକିଥିବା ପରି ଗହମ ବୋଝେଇ ଟ୍ରକ୍‌ ଓ ଟ୍ରେନ୍‌ ବି ଓଡ଼ିଶାରେ ପହଞ୍ଚି ପାରିଲା ନାହିଁ। ସବୁ ଜିଲ୍ଲାରେ କାର୍ଡରୁ ଗହମ କୋଟାକୁ ବାଦ୍‌ ଦେଇ ଚାଉଳ ଯୋଗାଣ ଶେଷ ହୋଇଗଲାଣି। ଜଣ ପିଛା ପାଞ୍ଚକେଜି ଖାଦ୍ୟ ଶସ୍ୟ ପରିବର୍ତ୍ତେ ହିତାଧିକାରୀ ସ୍ଥଳ ବିଶେଷରେ ୩ କେଜି ବା ୪ କେଜି ଚାଉଳ ନେଇ ଘରକୁ ଯାଉଛନ୍ତି। ହିତାଧିକାରୀଙ୍କ ଅବଶିଷ୍ଟ ଖାଦ୍ୟ ଶସ୍ୟ ଗହମ ଆକାରରେ ପରବର୍ତ୍ତୀ ସମୟରେ ଦିଆଯିବ କହି ଡିଲର ଫେରାଇ ଦେଉଛନ୍ତି। ଯାହାକୁ ନେଇ ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଛି ବିବାଦ। ଫଳରେ ଯୋଗାଣମନ୍ତ୍ରୀ ନିଜ କଥା ରଖିବାରେ ପୁଣି ଫେଲ୍‌ ହୋଇଥିବା ବିଭିନ୍ନ ଅଞ୍ଚଳରେ ଅଭିଯୋଗ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.9 ° C
    22.9 °
    22.9 °
    85 %
    1.1kmh
    82 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ