Saturday, March 14, 2026
24.4 C
Odisha

    ପୁଣି ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ବହୁ ପାଣିପାଗ ସଂସ୍ଥାର ମଡେଲରୁ ପୂର୍ବାନୁମାନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବଙ୍ଗୋପ ସାଗରରେ ଆସୁଛି ଆଉ ଏକ ବାତ୍ୟା । ନଭେମ୍ବର ମାସ ଶେଷ ଆଡ଼କୁ ସୃଷ୍ଟି ହେବାକୁ ଯାଉଛି ବାତ୍ୟା । ଆସନ୍ତା ସପ୍ତାହରେ ବାତ୍ୟା ସୃଷ୍ଟି ସମ୍ଭାବନା ରହିଛି । ଏହା ତାମିଲନାଡୁ କିମ୍ବା ଆନ୍ଧ୍ରକୁ ହିଟ୍ କରିପାରେ। ଭାରତୀୟ ପାଣିପାଗ ସଂସ୍ଥା IMD ବାତ୍ୟା ପୂର୍ବାନୁମାନ କରି ନଥିଲେ ମଧ୍ୟ, ୨୨ରେ ଲଘୁଚାପ ଓ ୨୪ରେ ଅବପାତ ହେବା ପୂର୍ବାନୁମାନ କରିଛି । ଆମେରିକୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସଙ୍କ ପୂର୍ବାନୁମାନ, ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ ।

    ଆସନ୍ତା ସପ୍ତାହ ଶେଷରେ ଏହା ଘୂର୍ଣ୍ଣିଝଡ଼ରେ ପରିଣତ ହେବ । ଏହି ଝଡ଼ ଆନ୍ଧ୍ର ମୁହାଁ ହୋଇପାରେ ବୋଲି ସେ ଆକଳନ କରିଛନ୍ତି। ଭାରତରେ ମଧ୍ୟ ଅନେକ ପାଣିପାଗ ବିଶେଷଜ୍ଞ ବାତ୍ୟା ଆକଳନ କରିଛନ୍ତି। ଯଦି ବାତ୍ୟା ଆସେ ତେବେ ତାର ନାଁ ରହିବ, ସେନ୍ୟାର। ଭାରତ ମହାସାଗରରେ ବାତ୍ୟାର ନାମକରଣ ପ୍ରକ୍ରିୟାରେ ଏଥର ୟୁଏଇ ତରଫରୁ ଏହି ନାଁ ରହିବ ।

    ସେପଟେ ଆମେରିକୀୟ ପାଣିପାଗ ମଡେଲ GFS ଅନୁମାନ କରିଛି, ନଭେମ୍ବର ୨୬ କିମ୍ବା ୨୭ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ। ଏହା ୨୯ ନଭେମ୍ବର ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି। ସେହିପରି ୟୁରୋପୀୟ ମଡେଲ ECMWF ପୂର୍ବାନୁମାନ କରିଛି, ନଭେମ୍ବର ୨୫ ବେଳକୁ ବାତ୍ୟା ସୃଷ୍ଟି ହୋଇପାରେ ।

    ଏହା ନଭେମ୍ବର ୨୮ କିମ୍ବା ୨୯ ବେଳକୁ ତାମିଲନାଡୁ-ଆନ୍ଧ୍ର ମଧ୍ୟ ଦେଇ ସ୍ଥଳ ଭାଗ ଅତିକ୍ରମ କରିପାରେ। ତେବେ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗର କୌଣସି ଅନୁମାନ ଆସି ନାହିଁ। ଆଇଏମଡି ଆକଳନ କରିଛି, ୨୨ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବ। ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତିକରି ଘନୀଭୂତ ହୋଇ ୨୪ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତରେ ପରିଣତ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    60 %
    2.6kmh
    0 %
    Sat
    25 °
    Sun
    38 °
    Mon
    37 °
    Tue
    38 °
    Wed
    38 °

    ସମ୍ବନ୍ଧିତ