Thursday, April 16, 2026
33.2 C
Odisha

    ପୂର୍ବତନ IAS ଅଧିକାରୀ ଏବଂ ORHDCର MD ବିନୋଦ କୁମାର ଦ୍ୱାଦଶ ଥର ପାଇଁ ଦୋଷୀ ସାବ୍ୟସ୍ତ, ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶା ଗ୍ରାମୀଣ ଗୃହ ଉନ୍ନୟନ ନିଗମ (ORHDC) ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଆଇଏଏସ ବିନୋଦ କୁମାର ପୁଣି ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ । ୧୨ ତମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ବିନୋଦ କୁମାର ।  ଏହି ମାମଲାରେ ଅନ୍ୟ ୬ ଜଣ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

    ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟ ୬ ଜଣ ହେଲେ ସ୍ୱସ୍ତି ରଞ୍ଜନ ମହାପାତ୍ର, ପୂର୍ବତନ କମ୍ପାନୀ ସଚିବ, ପ୍ରଦୀପ କୁମାର ରାଉତ, ପୂର୍ବତନ ଆକାଉଣ୍ଟସ୍ ଅଧିକାରୀ, ସତ୍ୟ ପ୍ରକାଶ ବେହେରା, ପୂର୍ବତନ ଜୁନିଅର ଋଣ ଅଧିକାରୀ, ଜ୍ଞ। ନେନ୍ଦ୍ର ସ୍ୱାଇଁ, ପୂର୍ବତନ ସିଷ୍ଟମ୍ ଆନାଲିଷ୍ଟ, ଉମେଶ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ପୁନରୁଦ୍ଧାର ସହାୟକ ଓ ସଂଗ୍ରାମ କେଶରୀ ସାହୁ, M/S-Ecstasy ବିଲ୍ଡର୍ସ ଆଣ୍ଡ୍ ଡେଭଲପର୍ସ ପ୍ରାଇଭେଟ୍ ଲିମିଟେଡ୍‌ର ମାଲିକ ।

    ୫୨ ଲକ୍ଷ ୯୫ ହଜାର ଟଙ୍କା ଘୋଟଲା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପ୍ରତ୍ୟେକ ଦୋଷୀଙ୍କୁ ୩ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଦିଆଯାଇଛି ।  କାରାଦଣ୍ଡ ସହିତ ଜରିମାନା ନିର୍ଦ୍ଦେଶ ମଧ୍ୟ ରହିଛି । ଏ ନେଇ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ନିର୍ଦ୍ଦେଶ ଦେଇଛନ୍ତି ।  ସେମାନଙ୍କ ଉପରେ ସରକାରୀ ପାଣ୍ଠି (ORHDC) କୁ କୋଟି କୋଟି ଟଙ୍କା ଅପବ୍ୟବହାର କରିବାର ଅଭିଯୋଗ ଆସିଥିଲା। ନକଲି ଏବଂ ଜାଲ କାଗଜପତ୍ର ମାଧ୍ୟମରେ ଘରୋଇ ବିଲଡର ସଂଗ୍ରାମ କେଶରୀ ସାହୁଙ୍କୁ ଲାଭ ଦେବା ପାଇଁ ଗ୍ରାମାଞ୍ଚଳର ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ପାଣ୍ଠିକୁ ସ୍ଥାନାନ୍ତର କରି 52,95,000 ଟଙ୍କା ଆଦାୟ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    33.2 ° C
    33.2 °
    33.2 °
    36 %
    2.6kmh
    42 %
    Thu
    36 °
    Fri
    42 °
    Sat
    43 °
    Sun
    44 °
    Mon
    43 °

    ସମ୍ବନ୍ଧିତ