Saturday, April 25, 2026
42.5 C
Odisha

    ପ୍ରଥମ ପତ୍ନୀଙ୍କୁ ଧୋକା ଦେଇଥିବା ସ୍ବୀକାର କଲେ କମଳା ହାରିସ୍‌ଙ୍କ ପତି

    ଆଗକୁ ପଢନ୍ତୁ

    ୱାସିଂଟନ୍‌ : ଆମେରିକା ଉପରାଷ୍ଟ୍ରପତି ତଥା ଡେମୋକ୍ରାଟ୍‌ ଦଳର ସମ୍ଭାବ୍ୟ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ୍‌ଙ୍କ ପତି ଡଫ୍‌ ଇମ୍‌ହୋଫ୍‌ ନିଜର ଅବୈଧ ପରକୀୟା ସମ୍ପର୍କକୁ ସ୍ବୀକାର କରିଛନ୍ତି। ପ୍ରଥମ ବିବାହ ପରେ ପତ୍ନୀକୁ ଧୋକା ଦେଇ ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କ ସହ ସମ୍ପର୍କ ରଖିଥିଲେ ବୋଲି ସେ ସ୍ବୀକାର କରିଛନ୍ତି। କିଛି ଦିନ ପୂର୍ବେ ଜଣାଶୁଣା ବ୍ରିଟିଶ୍‌ ଖବରକାଗଜ ଡେଲି ମେଲ୍‌ କମଳା ହାରିସ୍‌ଙ୍କ ପତିଙ୍କ ପରକୀୟା ପ୍ରୀତି ସମ୍ପର୍କରେ ଖବର ପ୍ରକାଶ କରିଥିଲା। ଏଥ‌ିରେ ‌ଦର୍ଶାଯାଇଥିଲା ଯେ ଯେଉଁ ସ୍କୁଲରେ ଡଫ୍‌ଙ୍କ ସନ୍ତାନମାନେ ପଢ଼ୁଥିଲେ ସେହି ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କ ସହ ତାଙ୍କର ଅବୈଧ ସମ୍ପର୍କ ଥିଲା। ଏହି ସମ୍ପର୍କ ଯୋଗୁଁ ତାଙ୍କର ପ୍ରଥମ ପତ୍ନୀଙ୍କ ଠାରୁ ବିଚ୍ଛେଦ ଘଟିଥିଲା।କେବଳ ଏହାନୁହେଁ ଉଭୟଙ୍କ ଶାରୀରିକ ସମ୍ପର୍କରୁ ଶିକ୍ଷୟିତ୍ରୀ ଜଣକ ଗର୍ଭବତୀ ହୋଇଥିଲେ। ପରେ ସେ ଏହି ଗର୍ଭକୁ ନଷ୍ଟ କରିଦେଇଥିଲେ। ଡଫ୍‌ଙ୍କ ପ୍ରଥମ ପତ୍ନୀଙ୍କ ନାମ କ୍ରେଷ୍ଟିନ୍‌ ଇମୋହଫ୍‌ ଏବଂ ସେମାନେ ଦୁଇ ସନ୍ତାନ- କୋଲି ଓ ଏଲାର ଜନକ ଥିଲେ। ଡଫ୍‌ ଆମେରିକାର ବୈଦ୍ୟୁତିକ ଗଣମାଧ୍ୟମ ସିଏନ୍‌ଏନ୍‌କୁ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି, ତାଙ୍କର ପ୍ରଥମ ବିବାହ ଏକପ୍ରକାର ବିପର୍ଯ୍ୟସ୍ତ ହୋଇଯାଇଥିଲା। ଏଥିପାଇଁ ସେ ନିଜକୁ ଦାୟୀ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.5 ° C
    42.5 °
    42.5 °
    9 %
    3.3kmh
    8 %
    Sat
    42 °
    Sun
    44 °
    Mon
    43 °
    Tue
    43 °
    Wed
    42 °

    ସମ୍ବନ୍ଧିତ