Sunday, October 18, 2026
29 C
Odisha

    ଭାରତ ଛାଡ଼ ନୋଟିସ ଇମ୍ରାନ ଖାନ୍‌ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ

    ଆଗକୁ ପଢନ୍ତୁ

    ମୁମ୍ବାଇ : ବଲିଉଡ୍ ଅଭିନେତା ତଥା ଆମିର ଖାନ୍‌ଙ୍କ ଭଣଜା ଇମ୍ରାନ ଖାନ୍‌ଙ୍କୁ ଭାରତ ଛାଡ଼ିବାକୁ ଫରେନର୍ସ ରିଜିଓନାଲ ରେଜିଷ୍ଟ୍ରେସନ୍‌ କାର୍ଯ୍ୟାଳୟ (ଏଫଆରଆରଓ) ତରଫରୁ ନୋଟିସ୍‌ ଜାରି କରାଯାଇଥିବା ବେଳେ ଏହାକୁ ବିରୋଧ କରି ଇମ୍ରାନ୍‌ ଖାନଙ୍କ ତରଫରୁ ବମ୍ବେ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ଏଫଆରଆଇଓ ତରଫରୁ ଜାରି ନୋଟିସ୍‌ ଅନୁଯାୟୀ ଇମ୍ରାନଙ୍କୁ ତାଙ୍କ ଓସିଆଇ କାର୍ଡ କାହିଁକି ବାତିଲ କରାନଯିବ, ସେନେଇ ୧୫ ଦିନ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି। ଇମ୍ରାନଙ୍କ ଉତ୍ତର ମିଳିବା ପରେ କର୍ତ୍ତୃପକ୍ଷ ପରବର୍ତ୍ତୀ ନିଷ୍ପତ୍ତି ନେବେ। ଭାରତ ଛାଡ଼ିବାକୁ ଦିଆଯାଇଥିବା ନୋଟିସ୍‌ ତ୍ରୁଟିପୂର୍ଣ୍ଣ ଦର୍ଶାଇ ଇମ୍ରାନ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ନୋଟିସ୍ ଉପରେ ତୁରନ୍ତ ରୋକ୍ ଲଗାଇବା ସହ ଏହାକୁ ରଦ୍ଦ କରିବାକୁ ସେ ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଇମ୍ରାନଙ୍କ ଆବେଦନରେ କୁହାଯାଇଛି ଯେ, ତାଙ୍କୁ କେଉଁ ନିୟମ ଉଲ୍ଲଙ୍ଘନ ପାଇଁ ନୋଟିସ୍ ଦିଆଯାଇଛି, ତାହା ସ୍ପଷ୍ଟ କରା ଯାଇନାହିଁ। ଏପରିକି ତାଙ୍କ ପକ୍ଷ ରଖିବାକୁ ମଧ୍ୟ ପର୍ଯ୍ୟାପ୍ତ ସୁଯୋଗ ମିଳିନଥିବା ଅଭିଯୋଗ ହୋଇଛି। ସୂଚନାଥାଉ କି ଗତ ୧୦ ତାରିଖରେ ମୁମ୍ବଇର ଅଗଷ୍ଟ କ୍ରାନ୍ତି ମୈଦାନରେ ହୋଇଥିବା ସିଜେପିର ପ୍ରଦର୍ଶନରେ ଇମ୍ରାନ ଉପସ୍ଥିତ ଥିଲେ। ବିଜେପି ନେତା କିରିଟ ସୋମୈୟା ଅଭିଯୋଗ କରିଥିଲେ ଯେ, ଆମେରିକୀୟ ନାଗରିକ ତଥା ଓସିଆଇ କାର୍ଡଧାରୀ ଇମ୍ରାନ ରାଜନୈତିକ ପ୍ରଦର୍ଶନରେ ଭାଗ ନେଇ ନିୟମ ଉଲ୍ଲଙ୍ଘନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29 ° C
    29 °
    29 °
    61 %
    1.9kmh
    46 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ