Monday, April 20, 2026
30.2 C
Odisha

    ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ବିକୃତ କରିବା ନେଇ ଥାନାର ଦ୍ୱାରସ୍ଥ ହେଲା ଭାଜପା

    ଆଗକୁ ପଢନ୍ତୁ

    କେନ୍ଦୁଝର ଉପନିର୍ଦ୍ଦେଶକ,ଉଦ୍ୟାନ କୃଷିବିଭାଗ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଫୋଟଚିତ୍ରକୁ ବିକୃତ କରାଯାଇଥିବା ନେଇ ଭାଜପା ପକ୍ଷରୁ ଟାଉନଥାନାରେ ଅଭିଯୋଗ ହୋଇଛ। ସୂଚନାଯୋଗ୍ୟ, ରାଧାକାନ୍ତ ମହାନ୍ତ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲାକାର୍ଯ୍ୟାଳୟ ସମ୍ପାଦକ ପ୍ରକାଶ ଚନ୍ଦ୍ର ସୂତ୍ରଧର ଓ ଅନ୍ୟମାନେ ଉପନିର୍ଦ୍ଦେଶକ,ଉଦ୍ୟାନ କୃଷିବିଭାଗ କାର୍ଯ୍ୟାଳୟକୁ ଯାଇଥିଲେ। ତେବେ ସେଠାରେ ଚାଷୀମାନଙ୍କ ପାଇଁ ଆଳୁଚାଷ ପାଇଁ ଆସିଥିବା ବିହନ ପଚିସଢି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଏହାଦ୍ୱାରା ସରକାରଙ୍କର ବହୁମୂଲ୍ୟ ବିହନ ଜାଣିଶୁଣି ନଷ୍ଟ କରାଯାଉଥିବା ଯୋଗୁ ଆଳୁ ବିହନର କୃତ୍ରିମ ଅଭାବ ଦେଖାଦେଉଥିବା ଅଭିଯୋଗ ହୋଇଛି। ଏହାଛଡ଼ା ଉପନିର୍ଦ୍ଦେଶକ ଉଦ୍ୟାନ କୃଷିବିଭାଗ ସୌମେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋରେ ନିଶଦାଢ଼ି କରି ବିକୃତ କରି ପ୍ରଦର୍ଶନ କରିଛନ୍ତି। ଏହା ସରକାରଙ୍କ ସମସ୍ତ ମାର୍ଗ ଦର୍ଶିକା ଏବଂ ନିୟମକୁ ଉଲ୍ଲଘଂନ କରୁଛି। ତେବେ ଏହାର ଫଟୋ ଏବଂ ଭିଡିଓ ଟାଉନ ଥାନା ଅଧିକାରୀଙ୍କୁ ପଠାଇବା ସହିତ ସଙ୍ଗୀନ ଘଟଣା ଘଟାଇଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଯୋଗ ହୋଇଛି। ଆଜି ପୋଲିସ ଉକ୍ତ ଅଫିସକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଉକ୍ତ ସ୍ଥାନରେ ସିସିଟିଭି ନ ଥିବା ଜଣାପଡ଼ିଛି। ଏନେଇ ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ କହିଛନ୍ତି. ଅଭିଯୋଗ ପରେ କେସ୍‌ ରୁଜୁ ହୋଇ ଘଟଣାର ତଦନ୍ତ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.2 ° C
    30.2 °
    30.2 °
    32 %
    1.1kmh
    1 %
    Mon
    43 °
    Tue
    43 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ