Sunday, April 5, 2026
25.5 C
Odisha

    ପ୍ରଭାସିନୀ,ଦେବୀଙ୍କୁ ହୋମ୍‌ଗାର୍ଡ ଚାକିରି ସହ ୧୦ଲକ୍ଷ ଲେଖାଏ ଦେଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କଟକରେ କାର୍ଯ୍ୟରତ ୨ ପୋଲିସ କର୍ମଚାରୀ ଜଗବନ୍ଧୁ ମାହାଲି ଏବଂ ଲୋକନାଥ ଶବର ଗତ ୨୨ ତାରିଖରେ ପିସିଆର୍‌ ଭ୍ୟାନ୍‌ରେ ଯିବା ସମୟରେ ଦୁର୍ଘଟଣା ଘଟି ପ୍ରାଣ ହରାଇଥିଲେ। ଡ୍ୟୁଟିରେ ଥିବା ସମୟରେ ଉଭୟଙ୍କ ମୃତ୍ୟୁ ଘଟିଥିବାରୁ ସେମାନଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମବେଦନା ଜଣାଇଛନ୍ତି। ଜଗବନ୍ଧୁଙ୍କ ସ୍ତ୍ରୀ ପ୍ରଭାସିନୀ ବେହେରା ଓ ଲୋକନାଥଙ୍କ ସ୍ତ୍ରୀ ଦେବୀ ଶବରଙ୍କୁ ମୁଖ୍ୟମନ୍ତ୍ରୀ ବୁଧବାର ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଦୁଃଖ ସମୟରେ ସେମାନଙ୍କୁ ସହାୟତାର ହାତ ବଢ଼ାଇ ମୁଖ୍ୟମନ୍ତ୍ରୀ ନିଜର ସହୃଦୟତାର ପରିଚୟ ଦେଇଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଉଭୟେ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ହୋମ୍‌ଗାର୍ଡ ପଦବୀ ପାଇଁ ନିଯୁକ୍ତିପତ୍ର ସହ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଭଲମନ୍ଦ ପଚାରିବା ସହ ଅଧର୍ଯ୍ୟ ନ ହେବାକୁ ପରାମର୍ଶ ଦେଇଛନ୍ତି।

    ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ସେମାନଙ୍କ ସହ ଅଛନ୍ତି। ସେମାନଙ୍କର ଆଗାମୀ ଜୀବନ ଓ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ସର୍ବକୁଶଳ କାମନା କରିଥିଲେ। ସରକାରଙ୍କ ସହୃଦୟତା ପାଇଁ ସେମାନେ ଅଶ୍ରୁଳ ନୟନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ପ୍ରଭାସିନୀଙ୍କ ସ୍ବାମୀ ଜଗବନ୍ଧୁ ମାହାଲି ହୋମ୍‌ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ସେହିପରି ଦେବୀଙ୍କ ସ୍ବାମୀ ଲୋକନାଥ ଶବର ଓଏପିଏଫ୍‌ ଯବାନ ଭାବେ କାର୍ଯ୍ୟ କରୁଥିଲେ। ଉଭୟେ କଟକରେ କର୍ତ୍ତବ୍ୟରତ ଥିବା ସମୟରେ ପିସିଆର୍‌ ଭ୍ୟାନ୍‌ରେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ, ହୋମ୍‌ଗାର୍ଡ ଓ ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.5 ° C
    25.5 °
    25.5 °
    65 %
    3.2kmh
    72 %
    Sun
    25 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ