Saturday, May 2, 2026
25.6 C
Odisha

    ପ୍ରସିଦ୍ଧ ଚଡକ ଯାତ୍ରାର ଆଜି ଅନ୍ତିମ ପର୍ବ ତଥା ପାଟ ପର୍ବ, ଜନସମୁଦ୍ର ପାଲଟିଛି ପୀଠ

    ଆଗକୁ ପଢନ୍ତୁ

    ବିଶ୍ବ ପ୍ରସିଦ୍ଧ ବାବା ଚନ୍ଦନେଶ୍ବର ଶୈବପୀଠରେ ଅନୁଷ୍ଠିତ ହେଉଥିବା ଚଡକ ଯାତ୍ରାର ଆଜି ହେଉଛି ପାଟ ପର୍ବ। ଗତକାଲି ଅନୁଷ୍ଠିତ ହୋଇଥିଲା ମହାନୀଳ ପର୍ବ। ନୀଳ ପର୍ବରେ ମନ୍ଦିର ପରିସରରେ ଥିବା ନୀଳ ପୋଖରୀରୁ ଥମ୍ବୀ କାଠ ଉଠାଇ ମନ୍ଦିର ଚତୁର୍ପାର୍ଶ୍ବରେ ପରିକ୍ରମା କରାଯାଇ ନିତୀକାନ୍ତି ସମାପନ ହୋଇଥିଲା । କାଳବୈଶାଖୀ ବର୍ଷା ସତ୍ତ୍ୱେ ଲକ୍ଷାଧିକ ଭକ୍ତ ବର୍ଷାରେ ଭିଜିଭିଜି ଅର୍ଘ୍ଯ ପାଣି ଗ୍ରହଣ କରିଥିଲେ ।

    ଗତକାଲି ୪ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଆଜି ପାଟ ପର୍ବରେ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଅନୁମାନ କରାଯାଇଛି । ଦୀର୍ଘ ୧୩ ଦିନ ଧରି ଅନୁଷ୍ଠିତ ହେଉଥିବା ଚଡକ ମେଳାରେ ପାଟ ପର୍ବ ହେଉଛି ଶ୍ରେଷ୍ଠ ଉତ୍ସବ ବା ଉଦଯାପନୀ ଉତ୍ସବ। ଆଜିର ପର୍ବ ହେଉଛି ଭାତୃତ୍ୱର ପର୍ବ । ଏହି ପାଟ ପର୍ବରେ ବାଡସରିସା ଗ୍ରାମ ସ୍ଥିତ ହାକାଣ୍ତ ପୋଖରୀରେ ବୁଡ ପକାଇ ଭକ୍ତ ମାନେ ମନ୍ଦିରକୁ ଆସିଥାନ୍ତି । ବାବା ଚନ୍ଦନେଶ୍ବର ଏବଂ ଦୁର୍ଗାଙ୍କର ପ୍ରତିଭାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ହାକାଣ୍ତ ପୋଖରୀରୁ ମନ୍ଦିର ମଧ୍ଯକୁ ଅଣାଯାଏ । ମାନସିକଧାରୀ ଭକ୍ତ ମାନେ ମାନସିକ ପୂରଣ ପାଇଁ ଦେହରେ କଣ୍ଟା ଫୋଡିଥାନ୍ତି, ଦୀର୍ଘ ୧୩ ଦିନ ଧରି ଚାଲିଥିବା ଚଡକ ମେଳାରେ ଶେଷ ଅର୍ଘ୍ଯ ପ୍ରଦାନ କରି ବ୍ରତ ଉଦଯାପନ କରିବା ସହ ପରସ୍ପରକୁ ଫୁଲ ଓ ଚନ୍ଦନ ଦେଇ ଆସନ୍ତା ବର୍ଷ ଚଡକ ମେଳାକୁ ଆସିବା ପାଇଁ ସ୍ବାଗତ କରନ୍ତି।

    ଆଜି ଶେଷ ଦିବସ ଥିବାରୁ ହର ହର ମହାଦେବ ଏବଂ ଓମ ନମଃ ଶିବାୟ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଛି ଚନ୍ଦନେଶ୍ବର ଶୈବପୀଠ ।  ପ୍ରବଳ ଭକ୍ତ ଏବଂ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏବଂ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ଯାପକ ବନ୍ଦବୋସ୍ତ କରା ଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ ୨୬ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ କରା ଯାଇଥିବା ବେଳେ ଅସ୍ଥାୟୀ ଚିକିତ୍ସା ଶିବିର ଓ ପାନୀୟ ଜଳ ଓ ଶୌଚାଳୟର ବ୍ଯବସ୍ଥା କରା ଯାଇଛି  ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.6 ° C
    25.6 °
    25.6 °
    53 %
    1.5kmh
    25 %
    Sat
    39 °
    Sun
    41 °
    Mon
    41 °
    Tue
    36 °
    Wed
    38 °

    ସମ୍ବନ୍ଧିତ