Saturday, October 10, 2026
27.9 C
Odisha

    ସ୍ବାମୀର ପୋଲିସ ବର୍ଦ୍ଦିରେ ସ୍ତ୍ରୀ କରୁଥିଲେ କଣ ?

    ଆଗକୁ ପଢନ୍ତୁ

    ସ୍ତ୍ରୀ ଆଖିରୁ ଧାର ଧାର ହୋଇ ବହିଯାଉଥାଏ ଅକୁହା ବ୍ୟଥାର ଲୁହ । ଯନ୍ତ୍ରଣା ଜର୍ଜରିତ ଜୀବନ ନେଇ ଗରିବ ମଣିଷ ଟା ଆଖି ଲୁହକୁ ସାଥି କରି ବଞ୍ଚିଥାଏ । କିନ୍ତୁ ସ୍ବାମୀ ପାଖକୁ ସାଇବର ଥାନାର ଫୋନ୍ ଆସିଥାଏ।

    ହ୍ୟାଲୋ, କଣ ହେଲା… ତୁମକୁ କହୁଛି ଆସ ଥାନାରେ ଦେଖା କର l କାଗଜ ପତ୍ର ଦିଅ l କାଗଜ ପତ୍ର ନ ଦେଲେ କଣ କେମିତି ତୁମ କାମ ହେବ,ଡକ୍ୟୁମେଣ୍ଟ ଦେଲେ ତ କଣ ହୋଇଛି ବୁଝିବା l ଏମିତି ଫୋନ୍ କରି ସାଇବର ଥାନା ଆଇଆଇସି ମାଡ଼ମ୍ ଜଣେ ଅଭିଯୋଗକାରୀଙ୍କୁ କହୁଥାନ୍ତି l ହେଲେ ଅଭିଯୋଗକାରି କମିଶନର କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଥାନ୍ତି l ଆଉ ଆମ ଆଗରେ ଦୀର୍ଘ ତିନି ମାସ ଦଉଡ଼ି ଦଉଡ଼ି କେହି ନଶୁଣିଲା ପରେ ବଡ ଅଫିସରଙ୍କ ଦ୍ୱାରସ୍ଥ ହୋଇଛନ୍ତି l ତେବେ ଆସନ୍ତୁ ଜାଣିବା ପୁରା ଘଟଣା କଣ ?ଫୋନ୍ କରି କଥା ହେଉଥିବା ବ୍ୟକ୍ତି ଜଣଙ୍କ ନାଁ ବିଷ୍ଣୁପଦ ମୁଦୁଲି । ଘର ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ ଦାସପୁର l ଏହି ବ୍ୟକ୍ତି ଜଣଙ୍କ ଦିନେ ଫେସ୍ ବୁକ୍ ରେ ବନ୍ଧୁ ବାନ୍ଧିଲେ ଜଣେ ମହିଳାଙ୍କ ସହିତ ଆଉ ତାପରେ ମହିଳା ଜଣଙ୍କ ସମ୍ପର୍କ ବଢାଇ ଚାଲିଲେ ଆଉ ଘରର ସବୁ ଅର୍ଥ ହଡ଼ପ କରିବାକୁ ବିଭିନ୍ନ ପ୍ଲାନ୍ କଲେ l ମହିଳା ଜଣକ ହେଉଛନ୍ତି ସଂଯୁକ୍ତା ଭୁୟାଁ । ବିଷ୍ଣୁ ଜମି ବିକ୍ରି କରି ରଖିଥିବା ଟଙ୍କା ସବୁ ସେହି ମହିଳାଙ୍କୁ ଦେବାକୁ ଲାଗିଲେ l କାହିଁକି ନା ଏଥର କିନ୍ତୁ ଏକ ଭିନ୍ନ ଢ଼ଙ୍ଗରେ ଠକେଇର ଶିକାର କରିଥିଲେ ମହିଳା l ନିଜ ସ୍ବାମୀର ପୋଲିସ ବର୍ଦ୍ଦି ପିନ୍ଧି ନିଜକୁ ପୋଲିସ ପରିଚୟ ଦେଇ ଲୋକଙ୍କଠାରୁ ଲୁଟୁଥିଲେ କୋଟି କୋଟି ଟଙ୍କା । ସଂଯୁକ୍ତା ପ୍ରଥମେ ବିଷ୍ଣୁପଦଙ୍କୁ ଫେସବୁକ୍ ଭାଇ କଲେ । ତା’ପରେ ଦେଖା ଦେଲେନି କିନ୍ତୁ ଅସୁବିଧାରେ ଅଛି କହି ନିଜର ଦାରିଦ୍ର୍ୟ ଏବଂ ସ୍ୱାସ୍ଥ୍ୟ ଗତ ସମସ୍ୟା ଜଣାଇ ଟଙ୍କା ନେଇଥିଲେ ପରେ ବିଷ୍ଣୁ ଯେତେବେଳେ ଟଙ୍କା ମାଗିଲେ ସେ ତାଙ୍କୁ ହଣା କଟାର ଫଟୋ ପଠାଇ ଧମକ ଦେଇଥିଲେ ।

    ଏଭଳି ଏକ ଘଟଣାରେ ସାଇବର ଥାନା ପୋଲିସ ସଂଯୁକ୍ତା ଭୂୟାଁ କୁ ଗିରଫ କରିଛି । ଫେସବୁକରେ ବନ୍ଧୁତା ଯୋଗୁଁ ଚନ୍ଦକା ଥାନା ଅନ୍ଧାରୁଆ ଦାସପୁର ର ବିଷ୍ଣୁ ପ୍ରସାଦ ମୁଦୁଲି ୮ ଲକ୍ଷ ୭୫ ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି । ଯାହାକୁ ନେଇ ସାଇବର ଥାନା ରେ ଅଭିଯୋଗ ପରେ ମଧ୍ୟ ପୋଲିସ ନଶୁଣିବାରୁ ଗତ ଶୁକ୍ରବାର ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ ଠକେଇରେ ଶିକାର ହୋଇଥିବା ପରିବାରବର୍ଗ । ଠକ ମହିଳା ଜଣକ ନିଜ ଫେସବୁକ୍ ପ୍ରୋଫାଇଲରେ ପୋଲିସ ଆଇଆଇସିଙ୍କ ଫଟୋ ରଖି ଠକେଇ କରୁଥିବା ପୋଲିସ ଜାଣିବାକୁ ପାଇଥିଲା। ତେବେ ସବୁ ଠାରୁ ବଡ଼ କଥା ହେଉଛି ଏତେ ବଡ଼ ଜଣେ ଠକ ମହିଳାଙ୍କୁ ସାଇବର ପୋଲିସ ଧରିବା ପରେ ରାତାରାତି ଜେଲ ପଠାଇବାକୁ ତରବର ହେଲେ ଅଥଚ କମିଶନର ମିଡିଆ ଡାକି ଅନ୍ୟ ଘଟଣା ଗୁଡିକ ଭଳି ଏହି ଘଟଣା ଲୋକ ଲୋଚନକୁ ଆଣିବାକୁ ଚାହିଁଲେନି କାହିଁକି ? ସାଧାରଣ ଜନତା ଓ ବୁଦ୍ଧିଜିବି ଗଣମାଧ୍ୟମ ପ୍ରଶ୍ନ କରିଛନ୍ତି l ତା’ଛଡ଼ା କମିଶନର ଏହି ଘଟଣାକୁ ନିଜେନିର୍ଦେଶ ଦେଇ ଉକ୍ତ ମହିଳା ଠକ ସଂଯୁକ୍ତା ଭୂୟାଁଙ୍କୁ ଗିରଫ କରାଇଥିଲେ ବୋଲି ସ୍ବେଛାସେବୀ ତଥା ବିଷ୍ଣୁପଦ ମୁଦୁଲିଙ୍କ ଆଇନୀଜୀବୀ ଗଣ ମଧ୍ୟମଙ୍କୁ ଜଣାଇଛନ୍ତି l

    ହେଲେ କାହିଁକି ରାତି ଅଧିଆ ମାଜିଷ୍ଟେଟ ପାଖକୁ ନେଇ ଜେଲ ପଠାଇଦେଲେ l ଏଘଟଣାରେ କିଛି ରହସ୍ୟ ଲୁଚି ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର୍ ଧରିଛି l ଏହି ମହିଳା କେଉଁଝର ପୋଲିସ ଷ୍ଟେସନ ଆଗରେ ପୋଲିସ iic ଡ୍ରେସ ପିନ୍ଧି ଆଉ କେତେ ଜଣଙ୍କୁ ଏଭଳି ଠକିଛି କି ନା ଏହି ଜଣେ ବ୍ୟକ୍ତିଙ୍କୁ ଠିକିଛି ? ତାର ପ୍ରକୃତ ସତ୍ୟାସତ୍ୟ ପୋଲିସ ତଦନ୍ତ ପରେ ଲୋକଙ୍କୁ ସାମ୍ନାକୁ ଆସିବ ବୋଲି ଜନସାଧାରଣ କହିଛନ୍ତି । ତେବେ ଫେସବୁକରେ ବନ୍ଧୁତା କରୁଥିଲେ ସାବଧାନ । ବନ୍ଧୁତା ଆଳରେ ଠକେଇ କରୁଥିବା ଠକଙ୍କ ଠାରୁ ଦୂରେଇ ରୁହନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ